ଭୁବନେଶ୍ବର: ପରିବେଶ ଅନୁକୂଳ ତଥା ସ୍ବଚ୍ଛ ଶକ୍ତି ବ୍ୟବହାର କରି ୨୦୩୦ ସୁଦ୍ଧା ଶକ୍ତି ବ୍ୟବହାରରେ ଅକ୍ଷୟ ଶକ୍ତିର ଭାଗକୁ ୩୦ ପ୍ରତିଶତ କରିବା ଏବଂ ୨୦୫୦ ସୁଦ୍ଧା ନେଟ୍‌ ଜିରୋ ଲକ୍ଷ୍ୟ ହାସଲ କରିବାରେ ଦିଗରେ ବେଦାନ୍ତ ଆଲୁମିନିୟମ୍ ଅଗ୍ରସର ହେଉଛି। ଏହି ଲକ୍ଷ୍ୟ ହାସଲ କରିବା ପାଇଁ କମ୍ପାନି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ସେରେଣ୍ଟିକା ରିନୁଏବଲ୍ସ ସହ ସହଯୋଗିତା ସ୍ଥାପନ କରାଯାଇଛି। ଏହି ସହଯୋଗିତାରେ ବେଦାନ୍ତର ଓଡ଼ିଶା ଓ ଛତିଶଗଡ଼ ପ୍ରକଳ୍ପକୁ ୧୩୩୫ ଏମ୍‌ଡବ୍ଲ୍ୟୁ ଅକ୍ଷୟ ଶକ୍ତି ମିଳିବ। ସେହିପରି କାଷ୍ଟ ହାଉସ୍‌କୁ ପ୍ରାକୃତିକ ଗ୍ୟାସ୍‌ ପ୍ରଦାନ କରିବା ଲାଗି କମ୍ପାନି ପକ୍ଷରୁ ଗେଲ୍‌ (ଇଣ୍ଡିଆ) ଲିମିଟେଡ୍‌ ସହିତ ସହଯୋଗିତା କରାଯାଇଛି।

Advertisment

ଓଡ଼ିଶାର ଲାଞ୍ଜିଗଡ଼ ରିଫାଇନାରିରେ କୃଷି ଅବଶିଷ୍ଟାଂଶରୁ ପ୍ରସ୍ତୁତ ବାୟୋମାସ୍ ବ୍ରିକେଟ୍‌କୁ କମ୍ପାନି ବ୍ୟବହାର କରୁଛି। ୨୦୩୦ ସୁଦ୍ଧା ହାଲୁକା ଯାନ ଫ୍ଲିଟ୍‌ର ୧୦୦ ପ୍ରତିଶତ ଡିକାର୍ବନାଇଜେସନ୍ କରିବାକୁ କମ୍ପାନି ଲକ୍ଷ୍ୟ ରଖିଛି। ଝାରସୁଗୁଡ଼ା ଆଲୁମିନିୟମ୍ କାରଖାନାରେ କମ୍ପାନି ଇଲେକ୍ଟ୍ରିକ୍ ଫୋର୍କଲିଫ୍ଟ ପ୍ରଚଳନ କରିବା ପରେ ଡିଜେଲ୍‌ ବ୍ୟବହାର କମ୍ ହୋଇପାରିଛି। ଝାରସୁଗୁଡ଼ା ଟାଉ୍‌ସିପ୍‌ରେ ଇଭିକୁ ପ୍ରୋତ୍ସାହିତ କରିବା ଲାଗି କମ୍ପାନି ଲେଟ୍ସ ଡ୍ରାଇଇଭି ସହ ସହଯୋଗିତା କରିଛି। ସ୍ଥାୟିତ୍ବକୁ ଅଗ୍ରାଧିକାର ଦେଉଥିବା ବେଦାନ୍ତ ଆଲୁମିନିୟମ ଏସ୍‌ଆଣ୍ଡ୍‌ପି  ଗ୍ଲୋବାଲ୍ କର୍ପୋରେଟ୍‌ ସଷ୍ଟେନେବିଲିଟି ଆସେସ୍‌ମେଣ୍ଟ୍‌ ୨୦୨୪ରେ ଦ୍ବିତୀୟ ସ୍ଥାନରେ ରହିଛି।