ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଓଡ଼ିଶା ସରକାରଙ୍କ ପ୍ରଥମ ବାର୍ଷିକୀ ପାଳନ ଉପଲକ୍ଷେ ଆୟୋଜିତ ବିକାଶ ମେଳା ୨୦୨୫ରେ ବେଦାନ୍ତ ଆଲୁମିନିୟମ୍‌ର ମହିଳା ସଶକ୍ତୀକରଣ ଅଭିଯାନ ‘ପ୍ରୋଜେକ୍ଟ ସଖୀ’ର ଉତ୍ପାଦଗୁଡ଼ିକୁ ପ୍ରଦର୍ଶିତ କରାଯାଇଥିଲା। କମ୍ପାନିର ଷ୍ଟଲ୍‌କୁ କଳାହାଣ୍ଡିଜିଲ୍ଲା ମାଜିଷ୍ଟ୍ରେଟ୍‌ ପାୱାର ସଚିନ, ଓର୍‌ମାସ୍‌, ଆଇଟିଡିଏ ଓ ଡିପିଏମ୍‌ୟୁର ଅଧିକାରୀମାନେ ପ୍ରଶଂସା କରିଥିଲେ। ଏହି ଅବସରରେ ବେଦାନ୍ତ ଆଲୁମିନା ବ୍ୟବସାୟର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ କଳାହାଣ୍ଡିର ବିକାଶ ମହିଳା ସଶକ୍ତୀକରଣ ସହ ଆନ୍ତରିକ ଭାବେ ଜଡ଼ିତ। ମହିଳାମାନେ ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧିର ମୂଳଦୁଆ ବୋଲି ବେଦାନ୍ତ ଆଲୁମିନିୟମ୍‌ରେ ଆମେ ବିଶ୍ବାସ କରୁ। ପ୍ରୋଜେକ୍ଟ ସଖୀ ମାଧ୍ୟମରେ ଆମେ ସେମାନଙ୍କୁ ଆତ୍ମନିର୍ଭରଶୀଳ ଉଦ୍ୟୋଗୀ ଓ ସାମାଜିକ-ଆର୍ଥିକ ପରିବର୍ତ୍ତନର ସକ୍ରିୟ ଭାଗିଦାରୀ ହେବାକୁ ସକ୍ଷମ କରୁଛୁ। ୨୦୧୬ରେ ଆରମ୍ଭ ହୋଇଥିବା ପ୍ରୋଜେକ୍ଟ ସଖୀରେ ୪୭୦୧ ସ୍ବୟଂ ସହାୟକ ଗୋଷ୍ଠୀରେ ୪୯୦୦ରୁ ଅଧିକ ମହିଳା ଯୋଡ଼ିହୋଇଛନ୍ତି।