ଭୁବନେଶ୍ୱର: ବେଦାନ୍ତ ଆଲୁମିନିୟମ, ଝାରସୁଗୁଡ଼ା ଜିଲ୍ଲାର କୁରାଲୋଇ ଅଞ୍ଚଳର ୧୦ଟି ସରକାରୀ ସ୍କୁଲର ୧୦ ଜଣ ଅତିରିକ୍ତ ଶିକ୍ଷକଙ୍କୁ ନିଯୁକ୍ତ କରି ପ୍ରୋଜେକ୍ଟ ବିଦ୍ୟା ମାଧ୍ୟମରେ ଗୁଣାତ୍ମକ ଶିକ୍ଷାକୁ ଆଗକୁ ବଢାଇଛି। ଏହି ପଦକ୍ଷେପ ୧୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଲାଭ ପହଞ୍ଚାଇବ। ଖୈରକୁନି ହାଇସ୍କୁଲରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ନୂତନ ନିଯୁକ୍ତ ଶିକ୍ଷକମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ କୁରାଲୋଇର ସରପଞ୍ଚ ସନାତନ ନାଏକ, ଏଜେକେଏ ପ୍ରତିନିଧି, ସମ୍ପ୍ରଦାୟ ନେତା ପ୍ରମୁଖ ଯୋଗ ଦେଇଥିଲେ। ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, ଶିକ୍ଷା ହେଉଛି ସାମାଜିକ ପ୍ରଗତି ପାଇଁ ମୂଳଦୁଆ। ବେଦାନ୍ତରେ ଆମେ ଶିକ୍ଷାକୁ ଯଥାସମ୍ଭବ ସମର୍ଥନ କରିବାକୁ ପ୍ରତିବଦ୍ଧ। ପ୍ରୋଜେକ୍ଟ ବିଦ୍ୟା ମାଧ୍ୟମରେ ଆମେ ଓଡ଼ିଶାର ଗ୍ରାମୀଣ ସ୍କୁଲଗୁଡ଼ିକରେ ଶିକ୍ଷାଦାନ କ୍ଷମତା ବୃଦ୍ଧି କରୁଛୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/20/dgjgdjgjddgjdgjdgj-2025-09-20-01-25-16.jpg)