ନୂଆଦିଲ୍ଲୀ: ଜର୍ମାନିର ଡୁସେଲ୍ଡୋର୍ଫରେ ଆୟୋଜିତ ବିଶ୍ବ ବାଣିଜ୍ୟ ମେଳା ‘ଆଲୁମିନିୟମ୍ ୨୦୨୨’ରେ ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଷ୍ଟଲ୍ ସ୍ଥାପନ କରାଯାଇଛି। ସେଠାରେ କଂପାନି ନିଜର ଶ୍ରେଷ୍ଠ ମାନର ଉତ୍ପାଦ ଓ ମାନୁଫାକ୍ଚରିଂ ଉତ୍କର୍ଷକୁ ବିଶ୍ବର ଗ୍ରାହକମାନଙ୍କୁ ପ୍ରଦର୍ଶିତ କରିଛି। ଏହି ଅବସରରେ ବେଦାନ୍ତ ଆଲୁମିନିୟମ୍ର ସିଇଓ ରାହୁଲ ଶର୍ମା କହିଛନ୍ତି ଯେ ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦନକାରୀ ଭାବେ ବିଶ୍ବ ପାଇଁ ଭାରତରେ ପ୍ରସ୍ତୁତ ଆମ ଉତ୍ପାଦକୁ ପ୍ରଦର୍ଶନ କରିବା ଆମ ପାଇଁ ଗର୍ବର ବିଷୟ। ଆଲୁମିନିୟମ ଜରିଆରେ ଦେଶ ଓ ଗ୍ରାହକମାନଙ୍କୁ ନିରନ୍ତର ବିକାଶ ପ୍ରଦାନ କରିବା ଲାଗି ବେଦାନ୍ତ ଆଲୁମିନିୟମ୍ରେ ଆମେ ଉଦ୍ୟମ କରୁଛୁ ବୋଲି ସେ କହିଛନ୍ତି।
ଜର୍ମାନି ବାଣିଜ୍ୟ ମେଳାରେ ବେଦାନ୍ତ ଆଲୁମିନିୟମ୍
/sambad/media/post_attachments/wp-content/uploads/2022/09/sfh1654sfh654hhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)