ବେଦାନ୍ତ ଆଲୁମିନିୟମ୍‌ରେ ଟିକାକରଣ କାର୍ଯ୍ୟକ୍ରମ

ଭୁବନେଶ୍ବର: ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ସହ‌ଯୋଗରେ ବେଦାନ୍ତ ଆଲୁମିନିୟମ ଲିମିଟେଡ୍‌ ପକ୍ଷରୁ ଏହାର ମେଡିକାଲ୍‌ କର୍ମଚାରୀ ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ କୋଭିଡ୍-୧୯ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ବେଦାନ୍ତ ଅକୁପେସନାଲ୍ ହେଲ୍‌ଥ ଟିମ୍‌ର ୧୨୫ ଜଣ କର୍ମଚାରୀଙ୍କୁ ଟିକା ଦିଆଯିବ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବେଦାନ୍ତର ଆଲୁମିନିୟମ୍‌ର ଡେପୁଟି ସିଇଓ ରାହୁଲ ଶର୍ମା ଓ ଝାରସୁଗୁଡ଼ାର ଏଡିପିଏଚ୍‌ଓ ଡକ୍ଟର ସୁପ୍ରଭା ବାରିକ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ ତତ୍ତ୍ବାବଧାନରେ ସମସ୍ତ କୋଭିଡ୍ ସମ୍ପର୍କିତ ନିୟମକୁ କଡ଼ାକଡ଼ି ଭାବେ ପାଳନ କରି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର