ରାଜ୍ୟର ଷ୍ଟାର୍ଟଅପ୍‌ଙ୍କ ସହ ଯୋଡ଼ିହେବ ବେଦାନ୍ତ

ଭୁବନେଶ୍ବର: ପ୍ରଯୁକ୍ତି ଓ ନବସୃଜନ କ୍ଷେତ୍ରରେ ବିଭିନ୍ନ ଷ୍ଟାର୍ଟଅପ୍ ସଂସ୍ଥା ଓ ଉଦ୍ୟୋଗୀଙ୍କ ସହ ଯୋଡ଼ି ହେବାକୁ ବେଦାନ୍ତ ଆଲୁମିନିୟମ ଆଗ୍ରହ ପ୍ରକାଶ କରିଛି। ଏଣ୍ଟରପ୍ରାଇଜ୍ ଓଡ଼ିଶା ୨୦୨୧କୁ ସମ୍ବୋଧିତ କରି କଂପାନିର ସିଇଓ ରାହୁଲ ଶର୍ମା କହିଛନ୍ତି ଯେ ନବସୃଜନ ଓ ପ୍ରଯୁକ୍ତି ପ୍ରଭାବରେ ଆସନ୍ତା ଦଶନ୍ଧୀରେ ଓଡ଼ିଶା ଏକ ଟ୍ରିଲିଅନ୍ ଡଲାର ଅର୍ଥନୀତିରେ ରୂପାନ୍ତରିତ ହେବ।

ରାଜ୍ୟରେ ଅଧିକ ନିବେଶ କରିବାକୁ ବେଦାନ୍ତ ଯୋଜନା ରଖିଛି। ଆଗାମୀ ଯାତ୍ରାରେ ସହଯୋଗୀ ଭାବେ ଯୋଡ଼ି ହେବା ଲାଗି କଂପାନି ପକ୍ଷରୁ ଷ୍ଟାର୍ଟଅପ୍‌ମାନଙ୍କୁ ଆମନ୍ତ୍ରଣ କରାଯାଇଛି। ରାଜ୍ରରେ ଏକ ଆଳୁମିନିୟମ୍ ପାର୍କ ସ୍ଥାପନ କରିବା ଲାଗି ବେଦାନ୍ତ ପ୍ରସ୍ତାବ ଦେଇଛି ଯେଉଁଥିରେ ୧୦୦୦ରୁ ଅଧିକ କ୍ଷୁଦ୍ର ଓ ମଧ୍ୟମ ଧରଣର ସଂସ୍ଥା ପ୍ରତିଷ୍ଠା ହେବ। ଏହା ରାଜ୍ୟ ପାଇଁ ୫୦୦୦ କୋଟି ଟଙ୍କାର ମୂଲ୍ୟ ସୃଷ୍ଟି କରିବ ଏବଂ ଅତିରିକ୍ତ ୧ ଲକ୍ଷ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ବୋଲି ଶ୍ରୀ ଶର୍ମା କହିଛନ୍ତି।

ସମ୍ବନ୍ଧିତ ଖବର