ଭୁବନେଶ୍ୱର: ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସମୟରେ ‌ଶ୍ରୀ ଅଗ୍ରୱାଲ ଓଡ଼ିଶାର ଅଗ୍ରଗତି ପାଇଁ ବେଦାନ୍ତ ଗ୍ରୁପ୍‌ର ନିରନ୍ତର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ନୂତନ ସରକାରର ଦୃଷ୍ଟିକୋଣ ଏବଂ ନେତୃତ୍ୱ ଉପରେ ଆତ୍ମବିଶ୍ୱାସ ପ୍ରକଟ କରି ଶ୍ରୀ ଅଗ୍ରୱାଲ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ସହିତ ମୋର ସାକ୍ଷାତ ଅତ୍ୟନ୍ତ ଫଳପ୍ରଦ ଥିଲା।

Advertisment

ବେଦାନ୍ତ ଗ୍ରୁପ୍ ଓଡ଼ିଶାରେ ୧,୦୦,୦୦୦ କୋଟିରୁ ଅଧିକ ପୁଞ୍ଜି ବିନିଯୋଗ କରିଛି । ବିଶ୍ୱର ଯେକୌଣସି ଠାରେ ଏହା ହେଉଛି ସର୍ବବୃହତ୍‌ ପୁଞ୍ଜି ବିନିଯୋଗ। ଏହି ପୁଞ୍ଜି ବିନିଯୋଗ ଦ୍ୱାରା ଝାରସୁଗୁଡ଼ା ଠାରେ ୧.୮ଏମ୍‌ଟିପିଏ କ୍ଷମତା ବିଶିଷ୍ଟ ସମନ୍ବିତ ଆଲୁମିନିୟମ ସ୍ମେଲଟର ପ୍ଲାଣ୍ଟ ଏବଂ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ଠାରେ ୩.୫ ଏମ୍‌ଟିପିଏ କ୍ଷମତା ବିଶିଷ୍ଟ ବିଶ୍ୱସ୍ତରୀୟ ଆଲୁମିନା ରିଫାଇନାରି ପ୍ରତିଷ୍ଠା ହୋଇଛି। ଶ୍ରୀ ଅଗ୍ରୱାଲ ତାଙ୍କର ପୂର୍ବ ଗସ୍ତ ମେକ୍ ଇନ୍ ଓଡ଼ିଶା ୨୦୨୨ ସମୟରେ ବେଦାନ୍ତର ଆଲୁମିନିୟମ୍‌, ଫେରୋକ୍ରୋମ୍ ଏବଂ ଖଣି ବ୍ୟବସାୟକୁ ବିସ୍ତାର ପାଇଁ ୨୫,୦୦୦ କୋଟିରୁ ଅଧିକ ଟଙ୍କାର ନୂତନ ପୁଞ୍ଜି ବିନିଯୋଗ ପାଇଁ ଘୋଷଣା କରିଥିଲେ।