ଭୁବନେଶ୍ବର: ଓଡ଼ିଶାକୁ ବିଶ୍ବର ଏକ ପ୍ରମୁଖ ଶକ୍ତି କେନ୍ଦ୍ରରେ ପରିଣତ କରିବାରେ ବେଦାନ୍ତ ଆଲୁମିନିୟମ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି। ଏ ସମ୍ପର୍କରେ ବେଦାନ୍ତ ଆଲିମିନିୟମ୍‌ର ମୁଖ୍ୟ ପରିଚାଳନା ଅଧିକାରୀ ସୁନୀଲ ଗୁପ୍ତା କହିଛନ୍ତି ଯେ ଓଡ଼ିଶାରେ ଆମ ଯାତ୍ରା ପରିବର୍ତ୍ତନଶୀଳଠାରୁ କିଛି କମ୍ ନୁହେଁ। ଆମର ବିଭିନ୍ନ ପଦକ୍ଷେପ ଜରିଆରେ ଓଡ଼ିଶାର ଉଜ୍ଜ୍ବଳ ଭବିଷ୍ୟତକୁ ରୂପ ଦେବା ପାଇଁ ଆମେ ଗଭୀର ଭାବେ ପ୍ରତିବଦ୍ଧ ରହିଛୁ। ଏକ ଲକ୍ଷ କୋଟି ଟଙ୍କାର ନୂଆ ନିବେଶ ଭାରତର ଶିଳ୍ପ ବିପ୍ଳବର ନେତୃତ୍ବ ନେବାରେ ରାଜ୍ୟର ସାମର୍ଥ ଉପରେ ଆମ ସ୍ଥାୟୀ ବିଶ୍ବାସର ପ୍ରମାଣ ବୋଲି ସେ କହିଛନ୍ତି। 

Advertisment

ଝାରସୁଗୁଡ଼ାରେ ବେଦାନ୍ତର ୧୮ ଲକ୍ଷ ଟନ୍ ସ୍ମେଲଟର ଓ କଳାହାଣ୍ଡିର ଲାଞ୍ଜିଗଡ଼ରେ ଏକ ୩.୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନା ବିଶୋଧନାଗାର ରହିଛି। ବିଭିନ୍ନ ଜିଲ୍ଲାରେ କମ୍ପାନିର ଖଣି କାର୍ଯ୍ୟ ୧୦,୦୦୦ ନିଯୁକ୍ତି ସୃଷ୍ଟିର କ୍ଷମତା ରଖିଛି। ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଡିପି) ପ୍ରତି ମିଳିତ ଭାବେ ଏହାର ଅବଦାନ ୪ ପ୍ରତିଶତ ରହିଛି। ଚଳିତ ବର୍ଷ ଅନୁଷ୍ଠିତ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌ରେ ବେଦାନ୍ତର ମୁଖ୍ୟ ଅନୀଲ ଅଗ୍ରୱାଲଙ୍କ ଉପସ୍ଥିତିରେ ଝାରସୁଗୁଡ଼ାରେ ୩ ନିୟୁତ ଟନ୍‌ର ଆଲୁମିନିୟମ କାରଖାନା ଓ ଏକ ଆଲୁମିନିୟମ ପାର୍କ ସ୍ଥାପନ ନେଇ ରାଜିନାମା ହୋଇଥିଲା। ଏହା ବ୍ୟତୀତ କମ୍ପାନି ଓଡ଼ିଶାରେ ଜୀବିକା, ଶିକ୍ଷା, ସ୍ବାସ୍ଥ୍ୟସେବା, ଭିତ୍ତିଭୂମି, ତୃଣମୂଳ କ୍ରୀଡ଼ା ଓ ସାଂସ୍କୃତିକ ବିକାଶ ପ୍ରତି ମଧ୍ୟ ଗୁରୁତ୍ବପୂର୍ଣ୍ଣ ଯୋଦାନ ଦେଉଛି।