ବେଦାନ୍ତ-ନିତି ଆୟୋଗ ବୁଝାମଣା

ନୂଆଦିଲ୍ଲୀ : ଓଡ଼ିଶାରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ପାଇଁ ନିତି ଆୟୋଗ ସହ ହାତ ମିଳାଇଛି ବେଦାନ୍ତ ଲିମିଟେଡ୍। ସିଏସ୍‌ଆର୍‌ କାର୍ଯ୍ୟକ୍ରମ ଅଧୀନରେ କଳାହାଣ୍ଡିର ଲୋକମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି ଲାଗି କଂପାନି ପକ୍ଷରୁ ନିତି ଆୟୋଗ ସହ ଚୁକ୍ତି ସ୍ବାକ୍ଷର କରାଯାଇଛି। ଉଭୟ ସଂସ୍ଥା ମିଶି ଏହି ଅଞ୍ଚଳରେ ସ୍ବାସ୍ଥ୍ୟ, ପୁଷ୍ଟି, ଶିକ୍ଷାଳ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଦକ୍ଷତା ବିକାଶ ଉପରେ କାର୍ଯ୍ୟ କରିବେ। ବୁଝାମଣା ସ୍ବାକ୍ଷର ହେବା ଅବସରରେ ନିତି ଆୟୋଗ ସିଇଓ ଅମିତାଭ କାନ୍ତ ଓ ବେଦାନ୍ତ ଲିମିଟେଡ୍‌ର ସିଇଓ-ଆଲୁମିନିୟମ ରହୁଲ ଶର୍ମା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର