ନୂଆଦିଲ୍ଲୀ: ଇନ୍ସଲ୍ଭେନ୍ସି ମାମଲାରେ ଦ୍ୱିତୀୟ ସଫଳତା ମିଳିଛି। ଇଲେକ୍ଟ୍ରୋଷ୍ଟିଲ୍ ମାମଲାର ଫଇସଲା ହୋଇଛି। ଏହାକୁ ବେଦାନ୍ତ ପକ୍ଷରୁ ୫୩୨୦ କୋଟି ଟଙ୍କାର ଖରିଦ କରାଯାଇଛି। ଇନ୍ସଲ୍ଭେନ୍ସି ଆଣ୍ଡ୍ ବ୍ୟାଙ୍କରପ୍ସି କୋଡ୍ (ଆଇବିସି) ଲାଗୁ ହେବା ପରେ ଭୂଷଣ ମାମଲାରେ ପ୍ରଥମ ସଫଳତା ମିଳିଥିଲା। ଭୂଷଣକୁ ଟାଟା ଷ୍ଟିଲ୍ କିଣିଥିଲା। ଇଲେକ୍ଟ୍ରୋଷ୍ଟିଲ୍ର ପରିଚାଳନା ଦାୟିତ୍ୱ ବେଦାନ୍ତ ହାତକୁ ଚାଲିଯାଇଛି। ଏହି କଂପାନିର ପରିଚାଳନା ପାଇଁ ବେଦାନ୍ତ ପକ୍ଷରୁ ନୁଆ ବୋର୍ଡ ଗଠନ କରାଯାଇଛି। ଇଲେକ୍ଟ୍ରୋଷ୍ଟିଲ୍ ଷ୍ଟିଲ୍ ଉପରେ ୧୪,୧୭୭ କୋଟି ଟଙ୍କାର ଋଣ ବକେୟା ପଡ଼ିଥିଲା। କଂପାନି ଏହାକୁ ପରିଶୋଧ କରୁନଥିଲା। ଇନ୍ସଲ୍ଭେନ୍ସି କୋଡ୍ ଲାଗୁ ହେବା ପରେ ଏହି ମାମଲାକୁ ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍ (ଏନ୍ସିଏଲ୍ଟି) ପାଖକୁ ପଠାଇ ଦିଆଯାଇଥିଲା। ଦୀର୍ଘଦିନ ବିଚାର ଚାଲିବା ପରେ ମାମଲାର ଫଇସଲା ହୋଇଛି। ଇଲେକ୍ଟ୍ରୋଷ୍ଟିଲ୍ର ୯୦% ଅଂଶଧନ କିଣିବା ପାଇଁ ଏନ୍ସିଏଲ୍ଟି ପକ୍ଷରୁ ବେଦାନ୍ତକୁ ଅନୁମତି ପ୍ରଦାନ କରାଯାଇଛି।
ଇଲେକ୍ଟ୍ରୋଷ୍ଟିଲ୍କୁ କିଣିଲା ବେଦାନ୍ତ
/sambad/media/post_attachments/wp-content/uploads/2018/01/vedanta_aluminium-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)