କୋରାପୁଟ: ଆଦିବାସୀ ଲୋକ ମହୋତ୍ସବ ପରବ -୨୦୨୪କୁ ବେଦାନ୍ତ ଆଲୁମିନିୟମ ସମର୍ଥନ କରିଛି। କୋରାପୁଟର ଲକ୍ଷ୍ମୀପୁର ବ୍ଲକ୍‌ର କୋଡିଙ୍ଗମାଲି ଖଣି ନିକଟରେ ଆୟୋଜିତ ଏହି ଉତ୍ସବରେ ୫୦୦୦ରୁ ଅଧିକ ଲୋକ ଯୋଗ ଦେଇଥିଲେ। ଏଥିରେ ଆଦିବାସୀ କଳା, ସଙ୍ଗୀତ, ନୃତ୍ୟ ଓ ସଂସ୍କୃତି ପ୍ରଦର୍ଶିତ ହୋଇଥିଲା। ଲକ୍ଷ୍ମୀପୁର ବିଡିଓଙ୍କ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ପବିତ୍ର ସାଉନ୍ତା, ବ୍ଲକ୍ ଅଧ୍ୟକ୍ଷ ସୁଆଇ କୁଲେସିକା ଓ ଲକ୍ଷ୍ମୀପୁର ବ୍ଲକ୍‌ର ସରପଞ୍ଚ ଓ ସମିତି ସଭ୍ୟମାନେ ଯୋଗ ଦେଇଥିଲେ। ଏହି ଉତ୍ସବ ପାଇଁ ବେଦାନ୍ତ ଭିତ୍ତିଭୂମି ସହାୟତା ଦେଇଥିବା ବେଳେ ସ୍ଥାନୀୟ କାରିଗର, ସ୍ବୟଂ ସହାୟକ ଗୋଷ୍ଠୀ ଓ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ପ୍ରତିଭା ଓ କୌଶଳ ପ୍ରଦର୍ଶନ କରିବାର ଏକ ପ୍ଲାଟଫର୍ମ ପ୍ରଦାନ କରିଥିଲା। ଏହି ସହଯୋଗ ପାଇଁ ଲକ୍ଷ୍ମୀପୁର ବିଡିଓ ଗୁରେଶ୍ବର  ଭୋଇ ବେଦାନ୍ତକୁ ପ୍ରଶଂସା କରିଛନ୍ତି।