ଭୁବନେଶ୍ବର: ବେଦାନ୍ତ କମ୍ପାନି ପକ୍ଷରୁ ‘ୱେଷ୍ଟ୍ ଟୁ ୱେଲ୍ଥ’ ନାମକ କାର୍ଯ୍ୟକ୍ରମ ଚଳାଇଛି। ଏଥିରେ ଓଡ଼ିଶା ଓ ଛତିଶଗଡ଼ରେ କମ୍ପାନିର କାରଖାନା ଅଞ୍ଚଳର ଏମଏସଏମଇ ଗୁଡ଼ିକର ସମୃଦ୍ଧି ହେଉଛି। କମ୍ପାନିର କାରଖାନାରୁ ନିର୍ଗର ଫ୍ଲାଏ ଆସ୍କୁ ୧୦୦ରୁ ଅଧିକ ଏମଏସଏମଇକୁ ବିନା ମୂଲ୍ୟରେ ଯୋଗାଇ ଦିଆଯାଉଛି। ଲାଞ୍ଜିଗଡ଼ କାରଖାନାରୁ ଉତ୍ପନ ୯୦ ପ୍ରତିଶତ ଫ୍ଲାଏ ଆସ୍ ଇଟା ତିଆରିରେ ବ୍ୟବହୃତ ହେଉଛି। ବେଦାନ୍ତର ୱେଷ୍ଟ୍ ଟୁ ୱେଲ୍ଥ କାର୍ଯ୍ରକ୍ରମ ଶୂନ୍ୟ କ୍ଷତିକାରକ, ଶୂନ୍ୟ ବର୍ଜ୍ୟ ଏବଂ ଶୂନ୍ୟ ଡିସ୍ଚାର୍ଜ ଚିନ୍ତାଧାରା ଉପରେ ପର୍ଯ୍ୟବେସିତ। ଓଡ଼ିଶାର ଲାଞ୍ଜିଗଡ଼, ଝାରସୁଗୁଡ଼ା ଏବଂ ଛତିଶଗଡ଼ର କୋବ୍ରା ପ୍ଲାଣ୍ଟ ସହଯୋଗରେ ଏହା ପରିଚାଳିତ ହେଉଛି। କମ୍ପାନି ବର୍ଷକୁ ପ୍ରାୟ ୫ ଲକ୍ଷ ଟନ୍ ଫ୍ଲାଏ ଆସ୍ ଯୋଗାଇ ଦେଉଛି। ଏଥିସହିତ ନିର୍ମାତାଙ୍କୁ ଇଟା ତିଆରିର କୌଶଳ ଓ ତାଲିମ ଦେଉଛି। ଏହି ପଦକ୍ଷେପ ଦ୍ବାରା ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସମୃଦ୍ଧି ଆସିପାରୁଛି ବୋଲି ବେଦାନ୍ତ ଲିମିଟେଡ ଆଲୁମିନା ବିଜ୍ନେସ୍ର ଡେପୁଟି ସିଇଓ ରାହୁଲ ଶର୍ମା କହିଛନ୍ତି।
ବେଦାନ୍ତର ‘ୱେଷ୍ଟ୍ ଟୁ ୱେଲ୍ଥ’ କାର୍ଯ୍ୟକ୍ରମ
/sambad/media/post_attachments/wp-content/uploads/2021/04/sf498hsf49h8fs49h4fs56h4fs56hffhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)