ଭିଡିଓକନ୍‌ ଋଣ ନେଇ ବିବାଦରେ ଆଇସିଆଇସିଆଇ

ନୂଆଦିଲ୍ଲୀ: ଦେଶର ଅନ୍ୟତମ ବଡ଼ ଘରୋଇ ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଭିଡିଓକନ୍‌କୁ ପ୍ରଦାନ କରାଯାଇଥିବା ଋଣକୁ ନେଇ ବିବାଦ ଦେଖାଦେଇଛି। ଏହି ଋଣ ପ୍ରଦାନରେ ବ୍ୟାଙ୍କର ସିଇଓ ଚନ୍ଦା କୋଚ୍ଚରଙ୍କ ଭୂମିକାକୁ ନେଇ ପ୍ରଶ୍ନଚିହ୍ନ ସୃଷ୍ଟି ହୋଇଛି। ଚର୍ଚା ହେଉଛି ଯେ ଭିଡିଓକନ୍‌କୁ ଅନୁଗ୍ରହ ଦେଖାଇ ବ୍ୟାଙ୍କ ଋଣ ମଞ୍ଜୁର କରିଥିଲା। କଂପାନିର ସ୍ଥିତି ଭଲ ନଥିବା ଜାଣିଥିଲେ ମଧ୍ୟ ବ୍ୟାଙ୍କ ଋଣ ମଞ୍ଜୁର କରିଥିଲା। ଏଭଳି ବିବାଦ ଦେଖାଦେବା ପରେ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଏହାର ସିଇଓଙ୍କୁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରାଯାଇଛି। ବ୍ୟାଙ୍କର ଅଧ୍ୟକ୍ଷ ଏମ୍‌ କେ ଶର୍ମା କହିଛନ୍ତି ଯେ ସିଇଓ କିଛି ଭୁଲ କରିନାହାନ୍ତି। ସବୁ କିଛି ନିୟମ ଅନୁସାରେ ହୋଇଛି। ବ୍ୟାଙ୍କ ବୋର୍ଡର କ୍ରେଡିଟ୍‌ କମିଟି ଦ୍ୱାରା ଋଣ ମଞ୍ଜୁରି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସେହି କମିଟିର ମୁଖ୍ୟ ଶ୍ରୀମତୀ କୋଚ୍ଚର ନଥିଲେ ବୋଲି ଅଧ୍ୟକ୍ଷ ଶ୍ରୀ ଶର୍ମା କହିଛନ୍ତି। ୨୦ଟି ବ୍ୟାଙ୍କଙ୍କୁ ନେଇ ଗଠିତ କନ୍‌ସୋର୍ଟିୟମ୍‌ ଦ୍ୱାରା ଭିଡିଓକନ୍‌କୁ ଋଣ ଦିଆଯାଇଥିଲା। ସିଧାସଳଖ ଭିଡିଓକନ୍‌କୁ କୌଣସି ଋଣ ପ୍ରଦାନ କରାଯାଇନାହିଁ ବୋଲି ଶ୍ରୀ ଶର୍ମା କହିଛନ୍ତି।

ସମ୍ବନ୍ଧିତ ଖବର