ଗାଡ଼ିର ତୃତୀୟ ପକ୍ଷ ବୀମା ପ୍ରିମିୟମ୍ ବଢ଼ିଲା

ନୂଆଦିଲ୍ଲୀ: ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତୃପକ୍ଷ (ଆଇଆର୍‌ଡିଏଆଇ) ପକ୍ଷରୁ କାର୍‌ ଓ ଦୁଇ ଚକିଆ ଯାନର ତୃତୀୟ ପକ୍ଷ ବୀମା ପ୍ରିମିୟମ୍‌ରେ ୨୧% ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରାଯାଇଛି। ଏହି ନିଷ୍ପତ୍ତିକୁ ଚଳିତ ମାସ ୧୬ ତାରିଖରୁ ଲାଗୁ କରାଯିବ। ସାଧାରଣତଃ ପ୍ରତିବର୍ଷ ଏପ୍ରିଲ୍‌ ପହିଲାରୁ ତୃତୀୟ ପକ୍ଷ ବୀମା ପ୍ରିମିୟମ୍‌ରେ ହେଉଥିବା ପରିବର୍ତ୍ତନକୁ ଲାଗୁ କରାଯାଇଥାଏ। ଚଳିତ ବର୍ଷ କିନ୍ତୁ ସେଥିରେ ବ୍ୟତିକ୍ରମ ହୋଇଛି। ପବ୍ଲିକ୍ ଓ ପ୍ରାଇଭେଟ୍ ମାଲ୍‌ ଗାଡ଼ି ଓ ସ୍କୁଲ୍‌ ବସ୍‌ର ତୃତୀୟ ପକ୍ଷ ବୀମା ପ୍ରିମିୟମ୍ ମଧ୍ୟ ବଢ଼ିଛି। ଦୀର୍ଘମିଆଦୀ ଏକକାଳୀନ ବୀମା ପ୍ରିମିୟମ୍ ହାରରେ କୌଣସି ପରିବର୍ତ୍ତନ କରାଯାଇନାହିଁ। କାର୍‌ ପାଇଁ ଏହି ପ୍ରିମିୟମ୍ ଅବଧି ୩ ବର୍ଷ ଏବଂ ଦୁଇ ଚକିଆ ଯାନ ପାଇଁ ପାଞ୍ଚ ବର୍ଷ ରଖାଯାଇଛି। ଇ-ରିକ୍ସା ପ୍ରିମିୟମ୍‌ରେ କୌଣସି ପରିବର୍ତ୍ତନ କରାଯାଇନାହିଁ।

ସମ୍ବନ୍ଧିତ ଖବର