ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆସନ୍ତାକାଲି ଗୁରୁତ୍ବପୂର୍ଣ୍ଣ ଆଦାନି-ହିଣ୍ଡେନବର୍ଗ ମାମଲାର ରାୟ ପ୍ରକାଶ କରିବେ। ଶିଳ୍ପପତି ଗୌତମ ଆଦାନିଙ୍କ କଂପାନି ଆଦାନି ଗ୍ରୁପ୍‌ ବିରୋଧରେ ଆମେରିକାର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଆଣିଥିବା ଗମ୍ଭୀର ଅଭିଯୋଗଗୁଡ଼ିକର ତଦନ୍ତ କୋର୍ଟଙ୍କ ତତ୍ତ୍ବାବଧାନରେ କରିବା ଲାଗି ବହୁ ଆବେଦନ କରାଯାଇଥିଲା। କୋର୍ଟ ‌ସେଗୁଡ଼ିକର ଶୁଣାଣି କରିଥିଲେ। ଏହି ଅଭିଯୋଗ ସ୍ବତନ୍ତ୍ର ତଦନ୍ତ ଟିମ୍ (ଏସ୍‌ଆଇଟି) ତଦନ୍ତର ଆବଶ୍ୟକତା ନାହିଁ ବୋଲି ଗତବର୍ଷ ନଭେମ୍ବରରେ କୋର୍ଟ କହିଥିଲେ।