ଭିଗାର୍ଡ ଆଣିଲା ନୂଆ ମଡ୍ୟୁଲାର ସୁଇଚ୍

ଭୁବନେଶ୍ବର: ଭିଗାର୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ପକ୍ଷରୁ ହୋଟେଲ ସୂର୍ଯ୍ୟାଂଶ ପରିସରରେ ନୂଆ ଉତ୍ପାଦ ମଡ୍ୟୁଲାର ସୁଇଚ୍ ମେଟିଓର ଉନ୍ମୋଚନ ହୋଇଯାଇଛି। କମ୍ପାନିର ନ୍ୟାସନାଲ ପ୍ରଡକ୍ଟ ହେଡ୍ ବିମଳ ଦୀକ୍ଷିତ, ଶାଖା ପରିଚାଳକ ସୁମନ୍ତ କୁମାର ପ୍ରଧାନ, ରାଜ୍ୟ ପ୍ରଡକ୍ଟ ଇନଚାର୍ଜ ସମରେନ୍ଦ୍ର ରାଉତ ଏବଂ ଭିଗାର୍ଡର ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ନୂଆ ଉତ୍ପାଦର ଅନାବରଣ କରିଥିଲେ। ଏହି ଅବସରରେ ଶ୍ରୀ ଦୀକ୍ଷିତ ଉତ୍ପାଦର ଗୁଣବତ୍ତା ଓ ସ୍ବତନ୍ତ୍ରତା ସମ୍ପର୍କରେ ଆଲୋକପାତ କରିଥିଲେ। ଓଡ଼ିଶାରେ ଭିଗାର୍ଡର ଅଭିବୃଦ୍ଧି ସମ୍ପର୍କରେ ଶାଖା ପରିଚାଳକ ଅବତାରଣା କରିଥିଲେ। ଏହି କାର୍ଯ୍ୟକ୍ରମରେ କମ୍ପାନିର ପ୍ରାୟ ୬୦ଜଣ ଚ୍ୟାନେଲ ପାର୍ଟନର ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର