ଇଣ୍ଟରନେଟ ସ୍ପିଡ଼ ରେକର୍ଡରେ ଜିଓ ଓ ଏୟାରଟେଲକୁ ପଛରେ ପକାଇଲା ଭିଆଇ (ଭୋଡାଫୋନ-ଆଇଡ଼ିଆ)

ନୂଆଦିଲ୍ଲୀ: ଇଣ୍ଟରନେଟ ସ୍ପିଡ଼ ରେକର୍ଡରେ ଦେଶର ପ୍ରଥମ ଓ ଦ୍ଵିତୀୟ ଟେଲିକମ ଅପରେଟର ଜିଓ ଓ ଏୟାରଟେଲକୁ ପଛରେ ପକାଇଦେଇଛି ଭିଆଇ ବା ଭୋଡାଫୋନ-ଆଇଡ଼ିଆ | ନେଟୱାର୍କ ଆନାଲିଷ୍ଟ ଫାର୍ମ ଉତ୍କଲା ଦ୍ୱାରା ପ୍ରକାଶ ପାଇଥିବା ଇଣ୍ଟରନେଟ୍ ସ୍ପିଡ୍ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷର ତୃତୀୟ ତ୍ରୈମାସିକରେ ଭୋଡା ଆଇଡିଆର ନୂତନ ନାମିତ କମ୍ପାନୀ ଭିଆଇ ଇଣ୍ଟରନେଟ୍ ସ୍ପିଡ୍ ଦୃଷ୍ଟିରୁ ପ୍ରଥମ ସ୍ଥାନ ଅଧିକାର କରିଛି। ଏଥି ସହିତ ଏୟାରଟେଲ ଦ୍ୱିତୀୟ ସ୍ଥାନ ଏବଂ ରିଲାଏନ୍ସ ଜିଓ ତୃତୀୟ ସ୍ଥାନ ଅଧିକାର କରିଛି।

ରିପୋର୍ଟ ଅନୁଯାୟୀ, ଦେଶର ସମସ୍ତ ସହରରେ ଭିନ୍ନ ଭିନ୍ନ ଡାଟା ବେଗ ରହିଛି। ଉତ୍କଲାର ରିପୋର୍ଟ ଅନୁଯାୟୀ, ତୃତୀୟ ତ୍ରୈମାସିକରେ ଭିଆଇ ର ହାରାହାରି ଡାଉନଲୋଡ୍ ସ୍ପିଡ୍ ୧୩.୭୪ ଏମବିପିଏସ ଥିଲାବେଳେ ହାରାହାରି ଅପଲୋଡ୍ ସ୍ପିଡ୍ ୬.୧୯ ଏମବିପିଏସ ଥିଲା | ସେହିପରି ଏୟାରଟେଲର ହାରାହାରି ଡାଉନଲୋଡ୍ ସ୍ପିଡ୍ ୧୩.୫୮ଏମବିପିଏସ ଥିବାବେଳେ ହାରାହାରି ଅପଲୋଡ୍ ସ୍ପିଡ୍ ହେଉଛି ୪.୧୫ ଏମବିପିଏସ | ରିଲାଏନ୍ସ ଜିଓର ଡାଉନଲୋଡ୍ ସ୍ପିଡ୍ ୯.୭୧ଏମବିପିଏସ ଥିବାବେଳେ ଅପଲୋଡ୍ ସ୍ପିଡ୍ ୪.୧୫ ଏମବିପିଏସ ଥିଲା |

ଏହି ରିପୋର୍ଟରେ ଥିବା ସୂଚନା ଅନୁଯାୟୀ, ତୃତୀୟ ତ୍ରୈମାସିକରେ ଭାରତର ପ୍ରମୁଖ ସହରଗୁଡିକରେ ମୋବାଇଲ୍ ଡାଉନଲୋଡ୍ ସ୍ପିଡ୍ ଭିନ୍ନ ଥିଲା | ମୋବାଇଲ୍ ନେଟୱାର୍କରେ ହାରାହାରି ଡାଉନଲୋଡ୍ ସ୍ପିଡ୍ ୧୪.୩୫ ପ୍ରତିଶତ ଥିବାବେଳେ ହାଇଦ୍ରାବାଦ ଆଗରେ ଥିଲା | ଯେତେବେଳେ ମୁମ୍ବାଇରେ ୧୩.୫୫ ଏମବିପିଏସ ଏବଂ ବିଶାଖାପାଟନମରେ ସ୍ପିଡ୍ ୧୩.୪୦ ଏମବିପିଏସ ଥିଲା | ୧୩.୦୪ ଏମବିପିଏସ ବେଗ ସହିତ ଏହି ତାଲିକାରେ ଦିଲ୍ଲୀ ଷଷ୍ଠ ସ୍ଥାନରେ ରହିଛି |

ସମ୍ବନ୍ଧିତ ଖବର