ଭୁବନେଶ୍ୱର : ଉଚ୍ଚମାନର ସତର୍କ ସୁରକ୍ଷା ପ୍ରଦାନ କରୁଥିବା ଭିଡିଓକନ ପକ୍ଷରୁ ଆଜି ଇକୋସିରିଜ ସିସିଟିଭିର ଶୁଭାରମ୍ଭ ଘୋଷଣା କରାଯାଇଛି । ଉକ୍ତ ଇକୋସିରିଜ ସହିତ ଭିଡିଓକନ ଓ୍ଵାଲକ୍ୟାମ ଛୋଟ ବାଣିଜ୍ୟକ ପ୍ରତିଷ୍ଠାନକୁ ଲକ୍ଷ୍ୟ କରି କମ୍ ମୂଲ୍ୟରେ ସିସିଟିଭି ସମାଧାନ ପ୍ରଦାନ କରିବ। ୨୦୨୦ ସୁଦ୍ଧା ଏ କ୍ଷେତ୍ରରେ ୧୧% ବଜାର ଅଂଶ ଏବଂ ୨୦୨୧ ସୁଦ୍ଧା ଶୀର୍ଷ ୩ ପ୍ରମୁଖ କମ୍ପାନି ମଧ୍ୟରେ ସ୍ଥାନ ପାଇବା ପାଇଁ ଭିଡିଓକନ୍ ଲକ୍ଷ୍ୟ ରଖିଛି। ଇକୋସିରିଜରେ ୧ଏମପି, ୧.୩ଏମପି ଏବଂ ୨ଏମପି ଏଏଚଡି ଇନଡୋର, ଆଉଟଡୋର କ୍ୟାମେରା ସହିତ ୪,୮,୧୬ ଚ୍ୟାନେଲ ବିଶିଷ୍ଟ ଡିଭିଆର ରହିଛି। ୪ ଚ୍ୟାନେଲ ଏବଂ ଇନଡୋର, ଆଉଟଡୋରର ୪ଟି ୧ଏମପି କ୍ୟାମେରାର ମୂଲ୍ୟ ୪,୯୯୦ଟଙ୍କା ରହିଛି। ଭିଡିଓକନ ଟେଲିକମ ଏବଂ ଭିଡିଓକନ ଓ୍ଵାଲକ୍ୟାମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଅରବିନ୍ଦ ବାଲି କହିଛନ୍ତି ଯେ, ‘ସିସିଟିଭିର ବ୍ୟୟବହୁଳ ମୂଲ୍ୟ ଯୋଗୁଁ ଏହା ଲୋକମାନଙ୍କ ପାଖରେ ପହିପାରୁ ନାହିଁ।
ଭିଡିଓକନ୍ର ଇକୋସିରିଜ୍ ସିସିଟିଭି
/sambad/media/post_attachments/wp-content/uploads/2017/11/Videocon-Telecom-and-Videocon-WallCam-launching-Eco-Series.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)