ବିଦ୍ୱାନ ପକ୍ଷରୁ ଫର୍ମୁଲା ଓ୍ଵାନ୍‌ ଟେଷ୍ଟର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଧନା

ଭୁବନେଶ୍ୱର: ‘ବିଦ୍ୱାନ’ ପକ୍ଷରୁ ଗତ ‘ଫର୍ମୁଲା ଓ୍ଵାନ୍‌ ଟେଷ୍ଟ୍‍’ରେ ଉତ୍ତୀର୍ଣ୍ଣ କୃତୀ ଛାତ୍ରଛାତ୍ରଙ୍କ ପାଇଁ ଏକ ସମ୍ବର୍ଧନା ସମାରୋହ ଗତ ୨୨ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୱାନର ମୁଖ୍ୟ ଜ୍ୟୋତିରଂଜନ ତ୍ରିପାଠୀ ଓ ତାଙ୍କର ଅନ୍ୟତମ ବରିଷ୍ଠ ସହଯୋଗୀ ରସାୟନବିତ୍‌ ଶୁଭେନ୍ଦୁ ଦାସ ଯୋଗଦେଇଥିଲେ। ବିଦ୍ୱାନ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ କିଭଳି ଇଞ୍ଜିନିୟରିଂ, ମେଡିକାଲ ଓ ଅନ୍ୟାନ୍ୟ ପ୍ରତିଷ୍ଠିତ ପାଠ୍ୟକ୍ରମରେ ଯୋଗଦାନ ସୁଯୋଗ ପାଇବା ଲାଗି ପ୍ରସ୍ତୁତ କରାଯାଉଛି ତାହା ଉପରେ ଏମାନେ ଆଲୋକପାତ କରିଥିଲେ। ମୋଟ ୪୦ ଜଣ ଛାତ୍ରଛାତ୍ରୀ ନଗଦ ରାଶି ପାଇଁ ଯୋଗ୍ୟ ହୋଇଥିବାବେଳେ ୨ ଜଣ ସ୍ୱର୍ଣ୍ଣ ପଦକ ଓ ଜଣେ ରୋପ୍ୟ ପଦକ ପାଇଁ ଯୋଗ୍ୟ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଚଳିତବର୍ଷ ନଭେମ୍ବର ୧୨ରେ ମଧ୍ୟ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଏଥିରେ ପଞ୍ଚମରୁ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଭାଗ ନେଇପାରିବେ ଏବଂ ଉତ୍କଷ୍ଟ ପ୍ରଦର୍ଶନ କରି ଆକର୍ଷଣୀୟ ପ୍ରୋତ୍ସାହନ ରାଶି ଓ ପଦକ ଜିତିପାରିବେ। କାର୍ଯ୍ୟକ୍ରମ ଶେଷରେ ବିଦ୍ୱାନ ଚନ୍ଦ୍ରଶେଖରପୁର ଶାଖାର ପରିଚାଳକ ମାନସ କୁମାର ପରିଡ଼ା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର