ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌କୁ ନେଇ ରାଜ୍ୟର ବିଶିଷ୍ଟ ଅଳଙ୍କାର ବ୍ୟବସାୟୀଙ୍କ ମତ

ଏହି ପୁରସ୍କାର ବ୍ରାଣ୍ଡ୍‌ ଶିଖରରେ ପହଞ୍ଚିଥିବା ସ୍ପଷ୍ଟ କରୁଛି


ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ର ପଞ୍ଚମ ସଂସ୍କରଣ ବିଷୟରେ ଜାଣି ମୁଁ ବହୁତ ଖୁସି। ଯେଉଁଭଳି ଭାବେ ଏହି ଉଚ୍ଚ ସମ୍ମାନଜନକ କାର୍ଯ୍ୟକ୍ରମରେ ‌ଦେଶ ପ୍ରତି ଆମ ରାଜ୍ୟର ଶ୍ରେଷ୍ଠ ଯୋଗଦାନକୁ ଉପସ୍ଥାପିତ ଓ ପୁରସ୍କୃତ କରାଯାଉଛି ତାହାକୁ ନେଇ ମୁଁ ଗର୍ବିତ ମନେ କରୁଛି। ମୁଁ ଏଠାରେ ସମସ୍ତ ଆବେଦନକାରୀଙ୍କୁ ଜଣାଇବାକୁ ଚାହୁଛି ଯେ ଏହି କାର୍ଯ୍ୟକ୍ରମରେ ଏକ ପୁରସ୍କାର ଜିତିବାର ଅର୍ଥ ହେଉଛି ଆପଣମାନେ ନିଜ ‌ନିଜ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବା ଲାଗି ବହୁତ ପ୍ରକାରର ସଠିକ୍ ପଦକ୍ଷେପ ଗ୍ରହଣ କରିଛନ୍ତି। ସଂକ୍ଷେପରେ କହିଲେ ଏହା ହେବ ଯେ ଆପଣଙ୍କ ବ୍ରାଣ୍ଡ୍‌ ଶିଖରରେ ପହଞ୍ଚିଛି ଓ ଆହୁରି ଊର୍ଦ୍ଧ୍ବକୁ ଉଠିବାର ସମ୍ଭାବନାକୁ ଏହି ପୁରସ୍କାର ସ୍ପଷ୍ଟ କରିବ।
ସଞ୍ଜୟ ହଂସ, ପ୍ରତିଷ୍ଠାତା, ଲାଲଚାନ୍ଦ ଜୁଏଲର୍ସ

ବହୁଦେଶୀୟ ବ୍ରାଣ୍ଡ୍‌ ସହ କାମ କରିବାର ଅପୂର୍ବ ସୁଯୋଗ ଆଣିବ
ଇଂରାଜୀ ନବବର୍ଷ ୨୦୨୨ ଅବସରରେ ଅରୁନ୍ଧତୀ ପରିବାର ତରଫରୁ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା। ଏଥିସହିତ ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ ଏମିତି ଏକ ପ୍ଲାଟଫର୍ମ ଯାହା ମାଧ୍ୟମରେ ଓଡ଼ିଶ‌ାରେ ହେଉଥିବା ଇଜ୍‌ ଅଫ୍ ଡୁଇଂ ବିଜ୍‌ନେସ୍ ବିଷୟରେ ରାଜ୍ୟ ବାହାରର ଉଦ୍ୟୋଗୀମାନେ ଜାଣିପାରିବେ ଏବଂ ଓଡ଼ିଶାରେ ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ। ଏମିତି ଏକ ମଞ୍ଚରେ ପୁରସ୍କୃତ ହେଉଥିବା ଉଦ୍ୟୋଗୀମାନେ ଆଗାମୀ ଦିନରେ ନିଜ ପାଇଁ ଅନେକ ବହୁଦେଶୀୟ ବ୍ରାଣ୍ଡ୍ ସହ କାମ କରିବାର ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିପାରିବେ।
ବ୍ରହ୍ମାନନ୍ଦ ମେହେର, ଏମ୍‌ଡି, ଅରୁନ୍ଧତୀ ଜୁଏଲର୍ସ

ଓଡ଼ିଶାର ବ୍ୟବସାୟ ପରିବେଶକୁ ଅନ୍ୟମାନେ ଜାଣିପାରିବେ
ଓଡ଼ିଶାର ଉଦ୍ୟୋଗୀମାନଙ୍କ ପାଇଁ ବଡ଼ ସଂସ୍ଥା ସହ ଯୋଡ଼ି ହେବା ଲାଗି ଏକ ମଞ୍ଚର ସବୁବେଳେ ଆବଶ୍ୟକତା ରହିଥିଲା ଯେଉଁ ମଞ୍ଚରେ ସେମାନେ ବୃହତ ସଂସ୍ଥାଗୁଡ଼ିକ ସହ ଯୋଡ଼ି ହେବାର ସୁଯୋଗ ପାଇବେ। ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ ମଞ୍ଚ ସେମାନଙ୍କୁ ସେହି ସୁଯୋଗ ଦେଉଛି। ଓଡ଼ିଶା ପାଇଁ ଏଭଳି ଅଭିଯାନର ଆବଶ୍ୟକତା ରହିଛି। ରାଜ୍ୟରେ ବ୍ୟବସାୟ କରିବା ଲାଗି ବହୁତ ଭଲ ପରିବେଶ ରହିଛି। ରାଜ୍ୟ ବାହାରର ଲୋକମାନେ ସେ ବିଷୟରେ ଜାଣିପାରୁନାହାନ୍ତି। ଏହି ପୁରସ୍କାର ଓଡ଼ିଶାକୁ ରାଜ୍ୟ ବାହାରେ ପରିଚିତ କରାଇବ। ଏଠାରେ ମଧ୍ୟ ବ୍ୟବସାୟ ଲାଗି ଭଲ ପରିବେଶ ରହିଛି ବୋଲି ଲୋକମାନେ ଜାଣିପାରିବେ। ଏଠାରେ ବ୍ୟବସାୟ କଲେ ଭଲ ରିଟର୍ଣ୍ଣ ମିଳିବାର ସମ୍ଭାବନା ରହିଛି ବୋଲି ବାହାର ଉଦ୍ୟୋଗୀମାନେ ଅବଗତ ହୋଇପାରିବେ। ରାଜ୍ୟର ଲୋକମାନେ ମଧ୍ୟ ଅଧିକ ସଚେତନ ହେବେ। ଭଲ ଜିନିଷ ପାଇଁ ସେମାନଙ୍କୁ ଦିଲ୍ଲୀ, ବମ୍ବେ ଭଳି ବଡ଼ ସହରକୁ ଯିବାକୁ ପଡ଼ିବ ନାହିଁ। ‌ଗୁଣାତ୍ମକ ମାନର ସାମଗ୍ରୀ ଓଡ଼ିଶାରେ ବି ଉପଲବ୍ଧ ହେଉଛି ବୋଲି ସେମାନେ ଜାଣିପାରିବେ।
ଲିପ୍‌ସା‌ ହଂସ, ନିର୍ଦ୍ଦେଶିକା, ଚାନ୍ଦିଭଣ୍ଡାର

ମାନ୍ୟତା ଆହୁରି ଭଲ କରିବାକୁ ପ୍ରେରଣା ଦିଏ
ଗହଣା ବ୍ୟବସାୟ କ୍ଷେତ୍ରରେ ଆମର ରହିଥିବା ଉତ୍କର୍ଷକୁ ଚିହ୍ନିପାରିଥିବାରୁ ଆମେ ସମ୍ବାଦକୁ ଧନ୍ୟବାଦ ଜଣାଉଛି। ଆମର ବ୍ରାଣ୍ଡ୍‌ ମୂଲ୍ୟକୁ ବଢ଼ାଇବା ଏବଂ ସମାଜ ସହ ଯୋଡ଼ି ହେବାରେ ସମ୍ବାଦ ଆମକୁ ସବୁବେଳେ ସାହାଯ୍ୟ କରୁଛି। ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ଅଭିଯାନ ବିଷୟରେ ମୁଁ ଏହା କହିବି ଯେ ଯେତେବେଳେ ଜଣଙ୍କ ଉଦ୍ୟମକୁ ମାନ୍ୟତା ପ୍ରଦାନ କରାଯାଏ ସେ ଆହୁରି ଭଲ କରିବାକୁ ଅନୁପ୍ରାଣିତ ହୋଇଥାଏ। ଯେଉଁମାନେ ଏହି ପୁରସ୍କାର ପାଇବେ ତାଙ୍କୁ ‌ନିଜ କ୍ଷେତ୍ରରେ ଏକ ପ୍ରତିଷ୍ଠା ମିଳିବ।
ରାକେଶ ପାଲା
ପାର୍ଟନର, ମନୋହରଲାଲ ପାଲା ଜୁଏଲର

ସମ୍ବନ୍ଧିତ ଖବର