ଟିଭିର ବିକଳ୍ପ ବନିପାରିବ କି ଭିୟୁ ସୋନିକ୍‌ ଏଲ୍‌ଏସ୍‌୫୦୦ଡବ୍ଲୁଏଚ୍‌ପି ପ୍ରୋଜେକ୍ଟର୍‌?

ମୁମ୍ବାଇ: ପ୍ରୋଜେକ୍ଟରର ଚାହିଦା ଆଜିକାଲି ଖୁବ୍‌ ଅଧିକ ବଢ଼ିଯାଇଛି। ‌ଲୋକେ ପପ୍ରଜେକ୍ଟରକୁ ଫିଲ୍ମ ଦେଖିବାରୁ ଆରମ୍ଭ କରି ଅନ୍‌ଲାଇନ୍‌ କ୍ଲାସ୍‌ ଓ ଆହୁରି ଅନେକ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ଏବେ ବଜାରରେ ଲଞ୍ଚ୍‌ ହୋଇଛି ଭିୟୁ ସୋନିକ୍‌ ଏଲ୍‌ଏସ୍‌୫୦୦ଡବ୍ଲୁଏଚ୍‌ପି ପ୍ରୋଜେକ୍ଟର୍‌। ଯଦି ଆପଣ ବଡ଼ ପରଦାରେ ଇଣ୍ଟର୍‌ନେଟ୍‌ ବ୍ୟବହାର କରିବାକୁ ଚାହାନ୍ତି ଓ ଟିଭି କିଣିବାକୁ ଚାହାନ୍ତି ନାହଁ ତେବେ ଏହି ପ୍ରୋଜେକ୍ଟର ଆପଣଙ୍କ ପ‌ାଇଁ ଉପଯୁକ୍ତ ସାବ୍ୟସ୍ତ ହେବ।

ଭିୟୁ ସୋନିକର ଏହି ପ୍ରୋଜେକ୍ଟରର ଦର ରହିଛି ୭୦ ହଜାର ଟଙ୍କା। ଏହି ଦରରେ ଆପଣଙ୍କୁ ଅନ୍ୟ ବିକଳ୍ପ ବି ମିଳିଯିବ। ମାତ୍ର ଏହି ପ୍ରୋଜେକ୍ଟର ରିଭ୍ୟୁ ପଢ଼ିବା ପରେ ଆପଣ ଏହାକୁ କିଣିବା ଉଚିତ କିମ୍ବା ଅନୁଚିତ ନିଜେ ନିଷ୍ପତ୍ତି ନେଇପାରିବେ।

ଭିୟୁ ସୋନିକର ଏହି ପ୍ରୋଜେକ୍ଟର ଆପଣଙ୍କୁ ୩୦ ଇଞ୍ଚ୍‌ରୁ ନେଇ ୩୦୦ ଇଞ୍ଚ୍‌ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ସ୍କ୍ରିନ୍‌ ମିଳିବ। ଏଥିରେ ଭିଜିଏ(୬୪୦*୪୮୦)ରୁ ନେଇ ଫୁଲ୍‌ ଏଚ୍‌ଡି(୧୯୨୦*୧୦୮୦) ପର୍ଯ୍ୟନ୍ତ ରିଜୋଲ୍ୟୁସନ୍‌ ସପୋର୍ଟ ରହିବ।

ଯଦି ଆପଣ ଏହି ପ୍ରୋଜେକ୍ଟରକୁ ସଫା ଓ ଧଳା କାନ୍ଥରେ ବ୍ୟବହାର କରୁଛନ୍ତି ତ ଖୁବ୍‌ ଭଲ ପିକ୍ଚର୍‌ ଆସିବ। ପ୍ରଥମେ ଏହାର ପିକ୍ଚର କ୍ବାଲିଟି ଏତେ ଭଲ ନଥିଲା। ମାତ୍ର କମ୍ପାନି ଏହା ଉପରେ କାମ କରିବା ପରେ ଏହାର ପିକ୍ଚର କ୍ବାଲିଟି ବୃଦ୍ଧି ପାଇଛି।

ପ୍ରଥମେ ଆପଣଙ୍କୁ ଏହି ପ୍ରୋଜେକ୍ଟର ବ୍ୟବହାର କରିବାକୁ ଟିକେ ଅସୁବିଧା ହୋଇପାରେ। ଆପଣ ଏହାର ବ୍ରାଇଟ୍‌ନେସ୍‌ ଓ ପିକ୍ଚରକୁ ରିମୋର୍ଟରେ ଆଡ୍‌ଜଷ୍ଟ୍‌ କରିପାରିବେ।

ସମ୍ବନ୍ଧିତ ଖବର