ଚୀନ୍‌ର ସର୍ବବୃହତ ଆଇଫୋନ୍ କାରଖାନାରେ ହିଂସା

ନୂଆଦିଲ୍ଲୀ: ଚୀନ୍‌‌ର ଝେଙ୍ଗଝୁରେ ଥିବା ଆପଲ୍‌ ଆଇଫୋନ୍‌ର ସର୍ବବୃହତ କାରଖାନାରେ ହିଂସାତ୍ମକ ପ୍ରତିବାଦ ଦେଖିବାକୁ ମିଳିଛି। କର୍ମଚାରୀମାନେ ସୁରକ୍ଷା କର୍ମୀଙ୍କ ସହ ଝଗଡ଼ା କରୁଥିବାର ଏକ ଭିଡିଓ ଭାଇରାଲ୍ ହୋଇଛି। ପାଉଣା ଏବଂ କାର୍ଯ୍ୟ ପରିସରରେ ଖରାପ ସ୍ଥିତିକୁ ନେଇ କର୍ମଚାରୀମାନେ ଅସନ୍ତୁଷ୍ଟ ହୋଇ ଏଭଳି ହିଂସାତ୍ମକ ପ୍ରତିବାଦ କରିଥିବା କଂପାନି ପକ୍ଷରୁ କୁହାଯାଉଛି। କିନ୍ତୁ ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା‌ ଅନୁସାରେ କିଛି କୋଭିଡ୍ ପଜିଟିଭ୍ କର୍ମଚାରୀଙ୍କୁ କାରଖାନାରେ କାମ କରିବା ଲାଗି ଅନୁମତି ଦେବା ପରେ ଅନ୍ୟ କର୍ମଚାରୀମା‌ନେ ଉତ୍ୟକ୍ତ ହୋଇପଡ଼ିଥିଲେ ବୋଲି କୁହାଯାଉଛି। ତାଇୱାନର ସଂସ୍ଥା ଫକ୍ସକନ୍ ପକ୍ଷରୁ ଏହି କାରଖାନାକୁ ସ୍ଥାପନ କରାଯାଇଛି। ଚୀନ୍‌ରେ କୋଭିଡ୍ ସଂକ୍ରମଣ ବ୍ୟାପିବା ପରେ ଫକ୍ସକନ୍‌ର ଏହି କାରଖାନାରେ କାମ ଅତୀତରେ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା।

ସମ୍ବନ୍ଧିତ ଖବର