ନୂଆଦିଲ୍ଲୀ: ବିମୁଦ୍ରାକରଣ ଘୋଷଣା ହେବା ପରେ ଅନେକ ନୋଟ୍ର ରଙ୍ଗ ବଦଳିଯାଇଥିଲା। ନୂଆ ଗୋଲାପି ରଙ୍ଗର ୨୦୦୦ ଟଙ୍କିଆ ନୋଟ୍ ଆସିଲା ଓ ୫୦୦ ଟଙ୍କିଆର ରଙ୍ଗ ମଧ୍ୟ ବଦଳିଗଲା। ସବୁଜ ରଙ୍ଗର ୫୦ ଟଙ୍କିଆ, ନୂଆ ରଙ୍ଗରେ ୨୦୦ ଟଙ୍କିଆ ନୋଟ୍ ବଜାରକୁ ଆସିଥିଲା। ଖୁବ୍ଶୀଘ୍ର ବାଇଗଣି ରଙ୍ଗର ୧୦୦ ଟଙ୍କିଆ ନୋଟ୍ ଆସିବ। ଦେବାସରେ ଥିବା ନୋଟ୍ ଛାପା କାରଖାନାରେ ଏହାର ଉତ୍ପାଦନ ଆରମ୍ଭ ହୋଇଯାଇଛି। ଏ ସମ୍ପର୍କିତ ଏକ ରିପୋର୍ଟ ଦୈନିକ ଭାସ୍କର ନାମକ ସମ୍ବାଦପତ୍ରରେ ପ୍ରକାଶ ପାଇଛି। ଯାହା ଜଣାପଡ଼ୁଛି ଅଗଷ୍ଟ କିମ୍ବା ସେପ୍ଟେମ୍ବର ମାସରେ ଏହି ନୋଟ୍ ବଜାରକୁ ଆସିବ। ସେଥିରେ ଅନେକ ନୂତନ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନୂଆ ୧୦୦ ଟଙ୍କିଆ ଆସିବା ପରେ ମଧ୍ୟ ପୁରୁଣା ନୋଟ୍ ମଧ୍ୟ ପ୍ରଳଚନରେ ରହିବ। ନୂଆ ନୋଟ୍ ପୁରୁଣା ଠାରୁ ସାମାନ୍ୟ ଛୋଟ ଓ ୧୦ ଟଙ୍କିଆଠାରୁ ସାମାନ୍ୟ ବଡ଼ ରହିବ। ନୂଆ ୧୦୦ ଟଙ୍କିଆ ନୋଟ୍ରେ ଗୁଜୁରାଟର ରାଣୀ କି ଭାବ୍ର ଚିତ୍ର ରହିବ। ଏହି ନୋଟ୍ ବଜାରକୁ ଆସିବା ପରେ ଏଟିଏମ୍ରୁ ସହଜରେ ମିଳିବ ନାହିଁ। ସବୁ ଏଟିଏମ୍କୁ ଏହି ନୋଟ୍ ପାଇଁ ରିକାଲିବ୍ରେଟ୍ କରିବା ପରେ ତାହା ଏଟିଏମ୍୍ରୁ ବାହାରିବ। ୨୦୦ ଟଙ୍କିଆ ନୋଟ୍ ବେଳେ ଯେଉଁ ସ୍ଥିତି ସୃଷ୍ଟି ହୋଇଥିଲା ନୂଆ ୧୦୦ ଟଙ୍କିଆ ନୋଟ୍ ପାଇଁ ସମାନ ସ୍ଥିତି ସୃଷ୍ଟି ହେବ ବୋଲି ଅନୁମାନ କରାଯାଉଛି।
ବାଇଗଣି ରଙ୍ଗର ୧୦୦ ଟଙ୍କିଆ ନୋଟ୍ ଆସିବ
/sambad/media/post_attachments/wp-content/uploads/2018/07/maxresdefault-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)