ନୂଆଦିଲ୍ଲୀ: ଏକ ଭିଆଇପି ସଂସ୍କୃତି ଉପରେ ରେଳବାଇ ରୋକ ଲଗାଇଛି। ରେଳ ମନ୍ତ୍ରଣାଳୟ ପକ୍ଷରୁ ଏକ ୩୬ ବର୍ଷ ପୁରୁଣା ପ୍ରୋଟୋକଲ୍କୁ ତୁରନ୍ତ ପ୍ରତ୍ୟାହାର କରାଯାଇଛି। ଏହି ପେଟ୍ରୋକଲ୍ ଯୋଗୁଁ ରେଳବୋର୍ଡର ଅଧ୍ୟକ୍ଷ କିମ୍ବା ସଦସ୍ୟ ଜୋନ୍ ପରିଦର୍ଶନରେ ଯାଉଥିବା ବେଳେ ମହାପ୍ରବନ୍ଧକମାନଙ୍କୁ ସେମାନଙ୍କ ଆଗମନ ଏବଂ ପ୍ରସ୍ଥାନ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ରହିବାକୁ ପଡ଼ୁଥିଲା।
ଘର କାମରେ ଷ୍ଟାଫ୍ମାନଙ୍କୁ ନିୟୋଜିତ କରିବା ପ୍ରଥା ତୁରନ୍ତ ବନ୍ଦ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ କୁହାଯାଇଛି। ଏଥି ସହିତ ଉଭୟ ଅଫିସ୍ ଏବଂ ଘରେ କଠିନ ପରିଶ୍ରମ କରିବା ପାଇଁ ସେମାନଙ୍କୁ ନିର୍ଦେଶ ଦିଆଯାଇଛି।
ମନ୍ତ୍ରଣାଳୟ ପକ୍ଷରୁ ୧୯୮୧ ମସିହାରେ ଏକ ପେଟ୍ରୋକଲ୍ ଜାରି କରାଯାଇଥିଲା ଯାହା ରେଳ ବୋର୍ଡ ଅଧ୍ୟକ୍ଷ କିମ୍ବା ସଦସ୍ୟଙ୍କ ଜୋନ୍ ପରିଦର୍ଶନ ବେଳେ ସେହି ଜୋନ୍ର ମହାପ୍ରବନ୍ଧକଙ୍କୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତି କରିବାକୁ ପଡ଼ୁଥିଲା। ରେଳ ମନ୍ତ୍ରଣାଳୟ ପକ୍ଷରୁ ସେପ୍ଟେମ୍ବର ୨୮ରେ ଏକ ନିର୍ଦେଶନାମା ଜାରି କରି କୁହାଯାଇଛି ଯେ ରେଳ ବୋର୍ଡ ଅଧ୍ୟକ୍ଷ ଏବଂ ଅନ୍ୟ ସଦସ୍ୟମାନଙ୍କ ପରିଦର୍ଶନ ବେଳେ ବିମାନ ବନ୍ଦର ଏବଂ ରେଳ ଷ୍ଟେସନରେ ଯେଉଁ ସବୁ ପ୍ରୋଟୋକଲ୍ ଲଗାଯାଇଥିଲା ତାହାକୁ ତତ୍କାଳ ପ୍ରତ୍ୟାହାର କରାଯାଇଛି।
ରେଳ ବୋର୍ଡର ଅଧ୍ୟକ୍ଷ ଅଶ୍ୱିନୀ ଲୋହାନି କହିଛନ୍ତି ଯେ କୌଣସି ଅଧିକାରୀ ପୁଷ୍ପଗୁଚ୍ଛ କିମ୍ବା ଅନ୍ୟ କୌଣସି ଉପହାର ନେଇପାରିବେ ନାହିଁ।
ଅଧିକାରୀମାନଙ୍କୁ ଅଫିସ୍ରେ କଠିନ ପରିଶ୍ରମ କରିବାକୁ କୁହାଯାଇଛି। ଏହା ସହିତ କୁହାଯାଇଛି ଯେ ଯେଉଁ ଷ୍ଟାଫ୍ମାନଙ୍କୁ ଘର କାମରେ ଲଗାଯାଇଛି ସେମାନଙ୍କୁ ତୁରନ୍ତ ସେହି ସବୁ କାମରୁ ମୁକ୍ତ କରାଯାଉ।
ରେଳବାଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ପେଟ୍ରୋକଲ୍ଗୁଡ଼ିକୁ ଯିଏ ପ୍ରସ୍ତୁତ କରିଥିଲେ ସେ କ’ଣ ଭାବିଥିଲେ କେଜାଣି। ଏଭଳି ପ୍ରୋଟୋକଲ୍ ପଛର କାରଣ କ’ଣ ତାହା ବୁଝାପଡ଼ୁନି। ମାତ୍ର ବର୍ତମାନ ପରିସ୍ଥିତିରେ ଏଭଳି ପ୍ରୋଟୋକଲ୍ର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିକର ଯେଉଁ ପୁରୁଣା ପେଟ୍ରୋକଲ୍ଗୁଡ଼ିକ ରହିଛି ତାହା କ୍ୱଚିତ୍ ସମୀକ୍ଷା କରାଯାଇଥାଏ। ସେଥି ଲାଗି ସେଗୁଡ଼ିକ ବର୍ଷ ବର୍ଷ ଧରି ପ୍ରଚଳନରେ ରହିଛି।
ଉଲ୍ଲେଖଯୋଗ୍ୟ, ପାଖାପାଖି ୩୦,୦୦୦ ଟ୍ରାକ୍ ମ୍ୟାନ୍ ରେଳବାଇରେ କାମ କରୁଥିବା ବରିଷ୍ଠ ଅଧିକାରୀମାନଙ୍କ ଘରେ ବିଭିନ୍ନ ପ୍ରକାର କାମ କରୁଛନ୍ତି। ସେମାନଙ୍କ ତୁରନ୍ତ କାମରେ ଯୋଗ ଦେବାକୁ କୁହାଯାଇଛି। ବିଗତ ଏକ ମାସ ଭିତରେ ୬-୭୦୦୦ ଏଭଳି କର୍ମଚାରୀ କାମରେ ଯୋଗ ଦେଇସାରିଲେଣି। ରେଳମନ୍ତ୍ରୀ ପୀୟୁଷ ଗୋୟଲ ରେଳବାଇର ବରିଷ୍ଠ ଅଧିକାରୀମାନଙ୍କୁ କହିଛନ୍ତି ଯେ ବିଳାସପୂର୍ଣ୍ଣ ସେଲୁନ୍ କିମ୍ବା ଏକ୍ଜିକ୍ୟୁଟିଭ୍ ଶ୍ରେଣୀରେ ଯାତ୍ରା କରିବା ବଦଳରେ ଶୟନ କିମ୍ବା ଟାୟାର-୩ ଏସିରେ ଯାତ୍ରା କରିବା ଅଭ୍ୟାସ ଆରମ୍ଭ କର। ବରିଷ୍ଠ ଅଧିକାରୀମାନେ ହେଉଛନ୍ତି ରେଳ ବୋର୍ଡର ସଦସ୍ୟ, ଜୋନାଲ୍ ରେଳବାଇର ମହାପ୍ରବନ୍ଧକ ଏବଂ ଡିଜିଜନାଲ୍ ରେଳବାଇର ପ୍ରବନ୍ଧକମାନେ।
ରେଳବାଇରେ ଭିଆଇପି ଯୁଗ ଶେଷ: ଷ୍ଟାଫ୍ମାନଙ୍କୁ ଘର କାମରେ ଲଗାଇପାରିବେନିି ବରିଷ୍ଠ ଅଧିକାରୀ
/sambad/media/post_attachments/wp-content/uploads/2017/10/railway-top-img.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)