ଶାକାହାରୀ ମାଂସ ତିଆରି କରୁଥିବା କଂପାନିରେ ବିରାଟ-ଅନୁଷ୍କାଙ୍କ ନିବେଶ

ଚେନ୍ନାଇ: ଶାକାହାରୀ ମାଂସ ପ୍ରସ୍ତୁତକାରୀ କମ୍ପାନି ବ୍ଲୁ ଟ୍ରାଇବ୍‌ରେ କ୍ରିକେଟ ଖେଳାଳୀ ବିରାଟ କୋହଲି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ନିବେଶ କରିଛନ୍ତି। ଏଥିସହିତ ସେମାନେ କମ୍ପାନିର ବ୍ରାଣ୍ଡ୍ ଆମ୍ବାସଡର ମଧ୍ୟ ହୋଇଛନ୍ତି। ଶାକାହାରୀ ମାଂସର ଦୃଢ଼ ପ୍ରଶଂସକ ଏବଂ ପ୍ରାଣୀ ପ୍ରେମୀ ବିରାଟ-ଅନୁଷ୍କା ଉକ୍ତ ଷ୍ଟାର୍ଟଅପ୍ କମ୍ପାନିରେ କେତେ ଅର୍ଥ ନିବେଶ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ମାଂସ ଖାଇବା ପଦ୍ଧତିରେ ପରିବର୍ତ୍ତନ ଆଣିବା ପାଇଁ ବ୍ଲୁ ଟ୍ରାଇବ୍‌ କାର୍ଯ୍ୟ କରୁଛି। ଏହି କମ୍ପାନିର ଶାକାହାରୀ ମାଂସ ମୁଖ୍ୟତଃ ମଟର, ସୋୟାବିନ, ମସୁର ଓ ଅନ୍ୟାନ୍ୟ ସାମଗ୍ରୀରୁ ନିର୍ମାଣ ହୋଇଥାଏ। ବିରାଟ ଏବଂ ମୁଁ ସବୁବେଳେ ପ୍ରାଣୀ ପ୍ରେମୀ ରହିଆସିଛୁ।

ଅନେକବର୍ଷ ହେଲା ଆମେ ମାଂସ ଖାଉନାହୁଁ। ବ୍ଲୁ ଟ୍ରାଇବ୍ ସହିତ ସହଭାଗିତା ସ୍ଥାପନ କରି ଆମେ ଲୋକଙ୍କୁ ବାର୍ତ୍ତା ଦେବାକୁ ଚାହୁଛୁ ଯେ ସେମାନେ ଅଧିକ ସଚେତନ ହେ‌ବେ। ଲୋକମାନେ ଶାକାହାରୀ ମାଂସ ଖାଇବା ଦ୍ବାରା ପୃଥିବୀ ଉପରେ କମ୍ ପ୍ରତିକୂଳ ପ୍ରଭାବ ପଡ଼ିବ। ଅଧିକରୁ ଅଧିକ ଲୋକ ଏହାକୁ ବୁଝିବେ ଏବଂ ପୃଥିବୀକୁ ବଞ୍ଚାଇବାରେ ସହାୟକ ହେବେ ବୋଲି ଅନୁଷ୍କା ଆଶାବ୍ୟକ୍ତ କରିଛନ୍ତି। ବ୍ଲୁ ଟ୍ରାଇବର ସୂଚନା ଅନୁଯାୟୀ, ୧ କିଲୋ ଶାକାହାରୀ ମାଂସ ପ୍ରସ୍ତୁତ କରି ଚାହିଦା ପୂରଣ କରାଯିବା ଦ୍ବାରା ବାୟୁମଣ୍ଡଳକୁ ଛଡ଼ାଯାଉଥିବା ପାଖାପାଖି ୬.୯ କିଲୋ ଅଙ୍ଗାରକାମ୍ଳକୁ ରୋକାଯାଇ ପାରୁଛି। ସେହିଭଳି ୧୮୦୦ ଲିଟର ପାଣି ଏବଂ ଜଣେ ନିରୀହ ପ୍ରାଣୀର ଜୀବନ ବଞ୍ଚି ପାରୁଛି।

ସମ୍ବନ୍ଧିତ ଖବର