ମୁମ୍ବାଇ: ନିଜର ଲେଡି ଲକ୍ ଅନୁଷ୍କା ଶର୍ମା ତାଙ୍କ ଜୀବନରେ ଆସିବାପରେ କ୍ରିକେଟର୍ ବିରାଟ କୋହଲୀ ପାଇଛନ୍ତି ଆଉ ଏକ ସଫଳତା। ସେ ବଲିଉଡର ବାଦଶାହା ଶାହାରୁଖ୍ ଖାନଙ୍କୁ ବି ପଛରେ ପକାଇ ଦେଇଛନ୍ତି। ହଁ , ବିରାଟ କୋହଲୀ ଏବେ ବନି ଯାଇଛନ୍ତି ଭାରତର ସବୁଠୁ ବଡ଼ ସେଲିବ୍ରିଟି ବ୍ରାଣ୍ଡ। ସେ ଏଥିରେ ଶାହାରୁଖ୍ ଖାନଙ୍କୁ ବି ପଛରେ ପକାଇ ଦେଇଛନ୍ତି। ଇଣ୍ଡିଆଜ୍ ମୋଷ୍ଟ ଭାଲ୍ୟୁଏବଲ୍ ସେଲିବ୍ରିଟି ବ୍ରାଣ୍ଡସ୍-୨୦୧୭ ରିପୋର୍ଟ ଅନୁଯାୟୀ ବିରାଟ କୋହଲୀଙ୍କର ବ୍ରାଣ୍ଡ ଭାଲ୍ୟୁ ଏବେ ୧୪.୪ କୋଟି। ଅପରପକ୍ଷରେ ଶାହାରୁଖ୍ ଖାନଙ୍କର ବ୍ରାଣ୍ଡ ଭାଲ୍ୟୁ ମାତ୍ର ୧୦.୨ କୋଟି।
photo-bollyspice.comଏ ଦୁହିଁଙ୍କ ତଳକୁ ଅଛନ୍ତି ବଲିଉଡ ନାୟିକା ଦୀପିକା ପାଦୁକୋନ୍ ,ଯାହାଙ୍କର ବ୍ରାଣ୍ଡ ଭାଲ୍ୟୁ ହେଲା ୯.୩। ଚତୁର୍ଥ ସ୍ଥାନରେ ଥିବା ଅକ୍ଷୟ କୁମାରଙ୍କ ବ୍ରାଣ୍ଡ ଭାଲ୍ୟୁ ହେଲା ୪.୭। ଡଫ୍ ଆଣ୍ଡ ଫେଲପସର ନିର୍ଦ୍ଦେଶକ ଅବରିଲ୍ ଜୈନଙ୍କ ସୂଚନା ଅନୁଯାୟୀ ବିରାଟ କୋହଲୀ ଗତ ଅକ୍ଟୋବର ମାସରେ ୨୦ଟି ନୂତନ ବ୍ରାଣ୍ଡର ପ୍ରସାର ଲାଗି ଚୁକ୍ତିବଦ୍ଧ ହୋଇଛନ୍ତି। ଅନ୍ୟ ପକ୍ଷରେ ଶାହାରୁଖ୍ ଖାନ ୨୧ଟି ଏବଂ ଦୀପିକା ପାଦୁକୋନ୍ ଏହି ସମୟରେ ୨୩ଟି ନୂତନ ବ୍ରାଣ୍ଡର ଆମ୍ବାସାଡରଭାବେ ଚୁକ୍ତିବଦ୍ଧ ହୋଇଛନ୍ତି। ଠିକ୍ ସେହିପରି ଅକ୍ଷୟ କୁମାର ଏହି ସମୟରେ ୭ଟି ନୂତନ ବ୍ରାଣ୍ଡର ପ୍ରସାର ଲାଗି ଚୁକ୍ତିବଦ୍ଧ ହୋଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/virat-srk-indianexpress.jpg)