ନୂଆଦିଲ୍ଲୀ: କ୍ୱିକ୍ ହିଲ୍ ସିକ୍ୟୁରିଟି ଲ୍ୟାବ୍ ପକ୍ଷରୁ ଏକ ଆଣ୍ଡ୍ରଏଡ୍ ମାଲ୍ଓୟାର ବା ଭାଇରସ୍କୁ ଠାବ କରାଯାଇଛି ଯାହା ବ୍ୟାଙ୍କିଙ୍ଗ ଓଟିପି ଚୋରାଉଛି। ଏହି ଭାଇରସ୍ ବିଶ୍ୱର ୨୩୨ଟି ବ୍ୟାଙ୍କିଙ୍ଗ ଆପ୍କୁ ଟାର୍ଗେଟ୍ କରୁଛି। ସେଥିରେ ଭାରତୀୟ ବ୍ୟାଙ୍କର କେତେକ ଆପ୍ ମଧ୍ୟ ରହିଛି। ଏହି ମାଲ୍ଓୟାର ଆଣ୍ଡ୍ରଏଡ୍ ଫୋନ୍ରେ ପ୍ରବେଶ କରି ସେଥିରୁ ଲଗ୍ ଇନ୍ ତଥ୍ୟ, ଏସ୍ଏମ୍ଏସ୍ ଏବଂ କଣ୍ଟାକ୍ଟ ତାଲିକା ତଥ୍ୟ ଚୋରି କରୁଛି ଓ ତାହାକୁ ଅନ୍ୟ ଏକ ସର୍ଭରକୁ ପଠାଇ ଦେଉଛି। ଫୋନ୍ରେ ଥିବା ବିଟ୍କଏନ୍ ଭଳି କ୍ରିପ୍ଟୋକରେନ୍ସି ଆପ୍କୁ ମଧ୍ୟ ଏହି ଭାଇରସ୍ ଟାର୍ଗେଟ୍ କରୁଛି। ଆକ୍ସିସ୍ ମୋବାଇଲ୍, ଏଚ୍ଡିଏଫ୍ସି ବ୍ୟାଙ୍କ ମୋବାଇଲ୍ ବ୍ୟାଙ୍କିଙ୍ଗ, ଏସ୍ବିଆଇ ଏନିହୋୟାର ପର୍ସନାଲ୍, ଏଚଡିଏଫ୍ସି ବ୍ୟାଙ୍କ ମୋବାଇଲ୍ ବ୍ୟାଙ୍କିଙ୍ଗ ଲାଇଟ୍, ଆଇସିଆଇସିଆଇ ବ୍ୟାଙ୍କର ଆଇ-ମୋବାଇଲ୍, ଆଇଡିବିଆଇ ବ୍ୟାଙ୍କ ଗୋ ମୋବାଇଲ୍ ପ୍ଲସ୍, ଆଇଡିବିଆଇ ବ୍ୟାଙ୍କ ଗୋ ମୋବାଇଲ୍, ଆଇଡିବିଆଇ ବ୍ୟାଙ୍କର ଅଭୟ ଆପ୍, ଆଇଡିବିଆଇ ବ୍ୟାଙ୍କ ଏମ୍ପାସ୍ବୁକ୍, ବରୋଦା ଏମ୍ପାସବୁକ୍, ୟୁନିଅନ୍ ବ୍ୟାଙ୍କ ମୋବାଇଲ୍ ବ୍ୟାଙ୍କିଙ୍ଗ ଏବଂ ୟୁନିଅନ୍ ବ୍ୟାଙ୍କ କମର୍ସିଆଲ୍ କ୍ଲାଏଣ୍ଟ୍ ଆପ୍କୁ ଏହି ମାଲ୍ଓୟାର ଟାର୍ଗେଟ୍ କରୁଛି। ନକଲି ଫ୍ଲାସ୍ପ୍ଲେୟାର ଆପ୍ ଜରିଆରେ ଏହି ମାଲ୍ଓୟାର ଫୋନ୍ରେ ପ୍ରବେଶ କରୁଛି। ଥରେ ଫୋନ୍ରେ ଇନଷ୍ଟଲ୍ ହୋଇଯିବା ପରେ ଏହାର ଆଇକନ୍ ଉଭାନ୍ ହୋଇଯିବ। କିନ୍ତୁ ଫୋନ୍ ଭିତରେ ତାହା ଗୋପନରେ ରହି କାମ କରିବ।
ଆଣ୍ଡ୍ରଏଡ୍ ଫୋନ୍ରୁ ବ୍ୟାଙ୍କିଙ୍ଗ୍ ଓଟିପି ଚୋରି କରୁଛି ଭାଇରସ୍
/sambad/media/post_attachments/wp-content/uploads/2018/01/Gooligan-Android-800x420.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)