ଭିସା ପକ୍ଷରୁ ନ୍ୟାସନାଲ କମନ୍ ମୋବିଲିଟି କାର୍ଡର ପ୍ରଚଳନ

ନୂଆଦିଲ୍ଲୀ : ଭାରତ ସରକାରଙ୍କ ୱାନ୍ ନେସନ୍ ୱାନ୍ କାର୍ଡ ଭିଜନକୁ ଦୃଷ୍ଟିରେ ରଖି ଭିସା ପକ୍ଷରୁ ନ୍ୟାସନାଲ କମନ୍ ମୋବିଲିଟି କାର୍ଡର ପ୍ରଚଳନ କରାଯାଇଛି । ଏହା ଭାରତରେ ମଲ୍ଟି ମୋଡାଲ ଟ୍ରାନ୍ସପୋର୍ଟ ପାଇଁ ବେଶ୍ ଉପଯୋଗୀ ହେବ । ଏନେଇ ହାଉସିଂ ଏବଂ ଅର୍ବାନ ଆଫେୟାର ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ସହାୟତା ଉପଲବ୍ଦ କରାଯାଇଛି । ଏହା ମେଟ୍ରୋ, ବସ୍, ସବ୍-ଅର୍ବାନ୍ ରେଲୱେ, ଟୋଲ୍ ପାର୍କିଂ, ସ୍ମାର୍ଟ ସିଟି ଏବଂ ରିଟେଲ ଆଦି କ୍ଷେତ୍ରରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇପାରିବ ।

ଏହି କାର୍ଡ ଅଫ୍ ଲାଇନ୍ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ବେଶ୍ ଉପଯୋଗୀ ହୋଇପାରିବ । ଏଥିରେ କଂଟାକ୍ଟଲେସ୍ ଟ୍ୟାପ୍-ଟୁ-ପେ ଫିଚର ରହିଛି । ଏହା ଦେଶର ପବ୍ଲିକ୍ ଟ୍ରାନ୍ସପୋର୍ଟ ଅପରେଟରଙ୍କ ଦ୍ୱାରା ଗ୍ରହଣଯୋଗ୍ୟ ହୋଇପାରିବ । ଭିସା କଂଟାକ୍ଟଲେସ୍ କାର୍ଡ ନେକ୍ସଟ ଜେନେରେସନ୍ ଆକାଉଣ୍ଟ ବେସଡ୍ ଟିକେଟିଂ ମଡେଲ ଗ୍ରହଣ କରିଛି । ଏହା ବିଶ୍ୱବ୍ୟାପି ମେଟ୍ରୋ ସହରରେ ଉପଲବ୍ଧ ହେଉଛି ।

 

ସମ୍ବନ୍ଧିତ ଖବର