ଭୁବନେଶ୍ବର: ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ନୂଆ ପରିଚାଳନା ନିର୍ଦେଶକ ବା ଏମ୍ଡି ଭାବେ ବିଷ୍ଣୁ ଚରଣ ପଟ୍ଟନାୟକଙ୍କୁ ନିଯୁକ୍ତି ମିଳିଛି। ୧୯୮୬ରେ ସେ ଏଲ୍ଆଇସିରେ ଡାଇରେକ୍ଟ ରିକ୍ରୁଟ୍ ଭାବେ ଭଦ୍ରକ ଶାଖାରେ ଯୋଗ ଦେଇଥିଲେ। ସେ ଭୁବନେଶ୍ବର ରାଜ ଭବନ ଶାଖାରେ ବରିଷ୍ଠ ଶାଖା ପ୍ରବନ୍ଧକ ଓ ବ୍ରହ୍ମପୁର ଡିଭିଜନ୍ରେ ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଢେଙ୍କାନାଳର ଲକ୍ଷ୍ମୀଧର ମୁନିସପାଲ ହାଇସ୍କୁଲ, ବିଜେବି କଲେଜ ଓ ଉତ୍କଳ ବିଶ୍ବବିଦ୍ୟାଳୟରେ ପାଠପଢ଼ିଥିବା ଶ୍ରୀ ପଟ୍ଟନାୟକଙ୍କର ଛାତ୍ର ଜୀବନରୁ ଫୁଟବଲ୍, କ୍ରିକେଟ୍ ଓ ଦୌଡ଼କୁଦରେ ରୁଚି ରହିଛି। ତାଙ୍କ ଗ୍ରାମ ହେଉଛି ଗଞ୍ଜାମ ଜିଲ୍ଲାର ଭଞ୍ଜନଗରର ଭାଲିଆଖାଇ। ସେ ହେଉଛନ୍ତି ସ୍ବର୍ଗତଃ ସଚ୍ଚିଦାନନ୍ଦ ପଟ୍ଟନାୟକ ଓ ସ୍ନେହଲତା ପଟ୍ଟନାୟକଙ୍କ ପୁଅ।
ବିଷ୍ଣୁ ଚରଣ ପଟ୍ଟନାୟକ ଏଲ୍ଆଇସିର ନୂଆ ଏମ୍ଡି
/sambad/media/post_attachments/wp-content/uploads/2021/09/da654g654dag21dag321da32g132daggdgdgadgagd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)