ଭୁବନେଶ୍ବର: ଏକ ଅର୍ଥନୈତିକ ସମୃଦ୍ଧ ଏବଂ ସ୍ବତନ୍ତ୍ର ପରିଚୟ ଥିବା ରାଜ୍ୟ ଭାବେ ମୁଁ ଓଡ଼ିଶାକୁ ଦେଖିବାକୁ ଚାହୁଛି। ଓଡ଼ିଆଙ୍କ ଏକ ସ୍ବତନ୍ତ୍ର ପରିଚୟ ଚାହୁଛି। ଏହା ହେଉଛି ଓଡ଼ିଶା ପାଇଁ ମୋର ଭିଜନ ୨୦୩୫। ‘ମିଡିଅମ୍ ଡଟ୍ କମ୍’ ନାମ ୱେବସାଇଟ୍ରେ ‘ଓଡ଼ିଶା ୫.୦’ ଶୀର୍ଷକ ଲେଖା ଜରିଆରେ ମିଲ୍କ ମନ୍ତ୍ରର ପ୍ରତିଷ୍ଠାତା ଶ୍ରୀକୁମାର ମିଶ୍ର ଏହା ଜଣାଇଛନ୍ତି। ସେ ଲେଖିଛନ୍ତି, ଆସନ୍ତା ୪-୫ ବର୍ଷ ଭିତରେ ଭାରତ ୫ ଟ୍ରିଲିଅନ ଡଲାର ଅର୍ଥନୀତିର ଦେଶ ହେବାକୁ ଯାଉଥିବା ବେଳେ ଯଦି ୭% ଅଭିବୃଦ୍ଧି ହାର ବଜାୟ ରହିବ ତେବେ ୨୦୩୫ ସୁଦ୍ଧା ଏହା ୧୦ ଟ୍ରିଲିଅନ ଡଲାର ଅର୍ଥନୀତି ବିଶିଷ୍ଟ ଦେଶ ହୋଇଯିବ। ଏହି ଯାତ୍ରାରେ ଓଡ଼ିଶା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ ଏବଂ ଦେଶର ଶ୍ରେଷ୍ଠ ୧୦ଟି ରାଜ୍ୟ ଭିତରେ ଓଡ଼ିଶା ସ୍ଥାନ ପାଇପାରିବ। ଆଗାମୀ ୧୫ ବର୍ଷ ପର୍ଯ୍ୟନ୍ତ ବାର୍ଷିକ ୧୦% ହାରରେ ଅଭିବୃଦ୍ଧି ହାସଲ କଲେ ଏହି ଲକ୍ଷ୍ୟ ହାସଲ ହୋଇପାରିବ। ଖଣି, ଇସ୍ପାତ, ଶକ୍ତି ଏବଂ ଭିତ୍ତିଭୂମି ଭଳି ବଡ଼ କ୍ଷେତ୍ର ସହିତ ମଧ୍ୟମ ଧରଣର ଶିଳ୍ପ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ରାଜ୍ୟରେ ୧୦୦ କୋଟି, ୫୦୦ କୋଟି ଏବଂ ୧୦୦୦ କୋଟି ଟଙ୍କାର ରାଜସ୍ବ ହାସଲ କରୁଥିବା ଅନେକ ମଧ୍ୟମ ଧରଣ କଂପାନିର ଆବଶ୍ୟକତା ରହିଛି େବାଲି ସେ ଜଣାଇଛନ୍ତି। ଡିଜିଟାଲ୍ ପ୍ରଯୁକ୍ତିର ବ୍ୟବହାର କରି ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର କରିବାକୁ ହେବ ଏବଂ ରାଜ୍ୟକୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆଣିବାକୁ ପଡ଼ିବ। ଯଦି ବିଭିନ୍ନ ବର୍ଗର ଲୋକମାନେ ଏକାକୀ କିମ୍ବା ଏକତ୍ରୀତ ହୋଇ ଆଗେଇ ଆସିବେ ତେବେ ଦ୍ରୁତ ଗତିରେ ନୂଆ ଓଡ଼ିଶା ଗଠନ ହୋଇପାରିବ ଏବଂ ଓଡ଼ିଶା ୫.୦ ସମ୍ଭବ ହେବ ବୋଲି ଶ୍ରୀକୁମାର ଲେଖିଛନ୍ତି।
ସମୃଦ୍ଧ ଓଡ଼ିଶା ପାଇଁ ଭିଜନ ୨୦୩୫
/sambad/media/post_attachments/wp-content/uploads/2019/05/Untitled-12-19.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)