ଭୁବନେଶ୍ବର : ୟୁପିଏସ୍ସି ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନଙ୍କ ଲାଗି ଭିଜନ ଆଇଏଏସ୍ ପକ୍ଷରୁ ଅଭ୍ୟାସ ପ୍ରିଲିମ୍ସ ୨୦୨୩ ଘୋଷଣା କରାଯାଇଛି। ଏହି ପରୀକ୍ଷା ଜରିଆରେ ଛାତ୍ରଛାତ୍ରୀମାନେ ପ୍ରକୃତ ପରୀକ୍ଷା ଲାଗି ନିଜେ କେତେ ପ୍ରସ୍ତୁତ ତାହା ଜାଣିପାରିବେ। ଅଫ୍ଲାଇନ୍ ମାଧ୍ୟମରେ ଦୋର ୧୭୦ରୁ ଅଧିକ ସହରରେ ଏହି ପରୀକ୍ଷା ହେବ। ଏପ୍ରିଲ୍ ୨, ୨୩ ଓ ମେ’ ୭ରେ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାର ପରିବେଶ ୟୁପିଏସ୍ସି ପିଲିମ୍ସ ଭଳି ରହିବ। ଛାତ୍ରଛାତ୍ରୀମାନଙ୍କୁ ସର୍ବଭାରତୀୟ ରୢାଙ୍କିଙ୍ଗ୍ ପ୍ରଦାନ କରାଯିବ। ଏହା ପରେ ଲାଇଭ୍ ଆଲୋଚନା ଓ ତଥ୍ୟ ଭିତ୍ତିକ ପ୍ରଦର୍ଶନର ଅନୁଶୀଳନ କରାଯିବ। ଫଳରେ କେଉଁ କ୍ଷେତ୍ରରେ ଅଧିକ ଉନ୍ନତି ଦରକାର ତାହା ଛାତ୍ରଛାତ୍ରୀମାନେ ଜାଣିପାରି ସେଥିପ୍ରତି ଅଧିକ ଧ୍ୟାନ ଦେଇପାରିବେ। ଏହି ପରୀକ୍ଷାର ଲାଭ ଉଠାଇବା ଲାଗି ଭିଜନ ଆଇଏଏସ୍ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ ଦିଆଯାଇଛି।
‘ଭିଜନ ଆଇଏଏସ୍’ର ଅଭ୍ୟାସ୍ ପ୍ରିଲିମ୍ସ ପରୀକ୍ଷା
/sambad/media/post_attachments/wp-content/uploads/2023/03/vision-IAS.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)