ନୂଆଦିଲ୍ଲୀ : ଟାଟା ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ଏୟାରଲାଇନ୍ସ ଭିସ୍ତାରା ଭିନ୍ନ ଏକ ସମସ୍ୟା ସାମ୍ନା କରିଛି। କ୍ୟାବିନ୍ କ୍ରୁ’ଙ୍କ ପାଇଁ କଂପାନିରେ ୟୁନିଫର୍ମ ଅଭାବ ଦେଖାଦେଇଛି। ତେଣୁ କିଛି କ୍ୟାବିନ୍ କ୍ରୁ’ କଳା ଟ୍ରାଉଜର ଓ କଂପାନିର ଲୋଗୋ ଥିବା ପୋଲୋ ଟି-ସାର୍ଟ ପିନ୍ଧିବେ ବୋଲି କଂପାନି ପକ୍ଷରୁ କୁହାଯାଇଛି।
କଂପାନି ଟୁଇଟ୍ କରି ଜଣାଇଛି ଯେ ଆମେ ଆମ ବିମାନ ସଂଖ୍ୟା ବଢ଼ାଉଥିବାରୁ କ୍ୟାବିନ୍ କ୍ରୁ’ ସଂଖ୍ୟା ବି ବଢ଼ାଉଛୁ। ମାତ୍ର ଉପକରଣ ଯୋଗାଣରେ ଅଭାବନୀୟ ସମସ୍ୟା ଦେଖାଦେବାରୁ ଆମ କ୍ୟାବିନ କ୍ରୁ’ଙ୍କ ପାଇଁ ୟୁନିଫର୍ମ ଅଭାବ ଦେଖାଦେଇଛି। ଯଦିଓ ଏହା ଏକ ସମାଧା ନୁହେଁ, କିନ୍ତୁ ବ୍ୟବସାୟ ଜାରି ରଖିବା ଲାଗି କ୍ୟାବିନ୍ କ୍ରୁ’ମାନେ ଅଲଗା ପୋଷାକ ପିନ୍ଧବେ। ଏହି ସମସ୍ୟାର ଶୀଘ୍ର ସମାଧାନ କରିବା ଲାଗି ପୋଷାକ ଯୋଗାଣକାରୀଙ୍କ ସହ ମିଶି କଂପାନି କାମ କରିବ ବୋଲି ଜଣାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/vistara.jpg)