ଭୁବନେଶ୍ବର : ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭିଆଇଟି ଭୋପାଳ ତରଫରୁ ଭୋପାଳର ହୋଟେଲ୍ ଅମିର ପ୍ୟାଲେସ୍ରେ ‘ମନ୍ଥନ ୨୦୨୦’ ନାମକ ଏକ ଜ୍ଞାନ ବିନିମୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠାନର ସହକାରୀ ଉପସଭାପତି କାଦମ୍ବରୀ ଏସ୍ ବିଶ୍ବନାଥନ, କୁଳପତି ଡକ୍ଟର ଗୁଣଶେଖରନ, ରେଜିଷ୍ଟ୍ରାର କେ କେ ନାୟାର, ଡକ୍ଟର ଶିଶିର କେ ଓ ଡକ୍ଟର ସୌନ୍ଥରାଜନ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବାୟୋ ଇଞ୍ଜିନିୟରିଂ, ଏରୋସ୍ପେସ୍, ସାଇବର ସିକ୍ୟୁରିଟି, ଗେମିଂ ପ୍ରଯୁକ୍ତି, କ୍ଷେତ୍ରରେ ରହିଥିବା ନିଯୁକ୍ତି ସୁଯୋଗ ସମ୍ପର୍କରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଫାକଲଟିଂ ଏବଂ ସେଣ୍ଟର୍ ମୁଖ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଭିଆଇଟି ଭୋପାଳର ‘ମନ୍ଥନ ୨୦୨୦’
/sambad/media/post_attachments/wp-content/uploads/2020/02/VIT.jpg)
/sambad/media/agency_attachments/2024-07-24t043029592z-sambad-original.webp)