ଦୀପାବଳି ଉପଲକ୍ଷେ  ଭିଭୋ ପକ୍ଷରୁ ମିଳୁଛି ଏହି ସବୁ ଆକର୍ଷଣୀୟ ଅଫର ଓ କ୍ୟାସବ୍ୟାକ୍‌

ନୂଆଦିଲ୍ଲୀ :  ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଭିଭୋ ପକ୍ଷରୁ  ଚଳିତ ଦୀପାବଳି ଅବସରରେ ଅଫ୍‌ ଲାଇନ୍‌ ଶପିଂରେ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅବସରରେ ସ୍ୱତନ୍ତ୍ର ରିହାତି ଏବଂ କ୍ୟାସବ୍ୟାକ୍‌ ସୁବିଧା ଉପଲବ୍ଧ ହେବ। ଏହି ସୁବିଧା ୨୦୧୮ ଅକ୍ଟୋବର ୯ ତାରିଖଠାରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଗ୍ରାହକଙ୍କୁ ଯୋଗାଇ ଦିଆଯିବ । ବଜାଜ୍‌ ଫିନସର୍ଭ ଗ୍ରାହକଙ୍କୁ ନିଶ୍ଚିତ ୫୦୦ ଟଙ୍କାର କ୍ୟାସବ୍ୟାକ୍‌ ଯୋଗାଇ ଦିଆଯିବ ସହିତ ଭାଗ୍ୟଶାଳୀ ଗ୍ରାହକଙ୍କୁ ୧୦୦ ପ୍ରତିଶତ କ୍ୟାସବ୍ୟାକ ସୁବିଧା ଯୋଗାଇ ଦିଆଯିବ। ଏହି ଅଫର ଭିଭୋ ଭି-୧୧, ଭି-୧୧ ପ୍ରୋ, ନେକ୍ସ୍‌ ଏବଂ ଏକ୍ସ-୨୧ ଉପରେ ଉପଲବ୍ଧ ହେଉଛି। ବଜାଜ ଫିନସର୍ଭ ଗ୍ରାହକଙ୍କୁ ୩ ଟି ଇଏମଆଇ ଯୋଗାଇ ଦିଆଯିବ । ଏଚଡିଏଫସି ଡେବିଟ୍‌/କ୍ରେଡିଟ୍‌ କାର୍ଡ ବ୍ୟବହାରକାରୀଙ୍କୁ  ୫ ପ୍ରତିଶତ କ୍ୟାସବ୍ୟାକ୍‌ ସୁବିଧା ୯୦ ଦିନ ପର୍ଯ୍ୟନ୍ତ ସମସ୍ତ ଭିଭୋ ମୋବାଇଲ୍‌ ଫୋନ୍‌ ଉପରେ ଉପଲବ୍ଧ ହେବ । ପେଟିଏମ୍‌ ମଲ୍‌ରୁ ଭିଭୋ ଫୋନ୍‌ କ୍ରୟ କଲେ ଗ୍ରାହକ ୨୦୦୦ ଟଙ୍କାର କ୍ୟାସବ୍ୟାକ୍‌ ସୁବିଧା ଯୋଗାଇ ଦିଆଯିବ । ଏହା ସହିତ ଜିଓ ପକ୍ଷରୁ ୪୦୫୦ ଟଙ୍କା ମୂଳ୍ୟର ସୁବିଧା ଯୋଗାଇ ଦିଆଯିବ। ସେଥିମଧ୍ୟରେ ୯୫୦ ଟଙ୍କାର ଇନଷ୍ଟାଣ୍ଟ କ୍ୟାସବ୍ୟାକ୍‌ ସୁବିଧା ଏବଂ ୨୧୦୦ ଟଙ୍କାର ରିହାତି କୁପନ ସହିତ ୧୨ ମାସର ଜିଓ ପ୍ରିମିୟମ୍‌ ମୋବାଇଲ୍‌ ସିକ୍ୟୁରିଟି ଉପଲବ୍ଧ ହେବ। ଜିଓର ୧୯୮ ଟଙ୍କାର ପ୍ଲାନ୍‌ ଗ୍ରହଣ କରୁଥିବା ସମସ୍ତ ନୂଆ ଗ୍ରାହକଙ୍କ ପାଇଁ ଲାଗୁ ହେବ ।

ସମ୍ବନ୍ଧିତ ଖବର