ଭିଭୋର ଏହି ଟେକନଲୋଜୀ ଅନ୍ଧାରରେ ମଧ୍ୟ ଆପଣଙ୍କ ମୁହଁକୁ ଚିହ୍ନି ଦେବ, ଲାଗିଛି ଆପଲ ଫୋନଠାରୁ ୧୦ ଗୁଣ ଶକ୍ତିଶାଳୀ ଫେସ ଆଇଡି ଟେକନଲୋଜୀ

ସାଂଘାଇ : ନୂଆ ନୂଆ ଟେକନଲୋଜୀର ଉଦ୍ଭାବନ ଓ ପ୍ରୟୋଗ କ୍ଷେତ୍ରରେ ଭିଭୋ ବିଶ୍ୱର ୧ ନମ୍ବର ମୋବାଇଲ କମ୍ପାନି ଆପଲକୁ ମଧ୍ୟ ଟକ୍କର ଦେବାକୁ ଯାଉଛି । କିଛି ମାସ ତଳେ ଇନ୍‌-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସ୍କାନିଂ ଜ୍ଞାନକୌଶଳ ଥିବା ଫୋନ ବଜାରକୁ ଛାଡିଥିବା ଏହି ଚାଇନିଜ କମ୍ପାନି ଏବେ ଆଣିଛି ଥ୍ରୀଡି ଡେପଥ୍‌ ସେନସିଂ ସିଷ୍ଟମ ଯାହାକି ଫେସ ରିକଗନିସନ ( ମୁହଁ ଚିହ୍ନଟ) କରିପାରିବ । ଆଇଫୋନରେ ଏହି ବ୍ୟବସ୍ଥା ଥିଲେ ମଧ୍ୟ ଭିଭୋର ଏହି ଟେକନଲୋଜୀ ଆପଲଠାରୁ ୧୦ ଗୁଣ ଶକ୍ତିଶାଳୀ ।

‘ଗତ ବର୍ଷଠାରୁ ଆମେ ଇନ୍‌-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସ୍କାନିଂ ଜ୍ଞାନକୌଶଳର ଉପଯୋଗ କରିଛୁ। ସମ୍ପ୍ରତି ଆମେ ବେଜେଲ-ଲେସ୍‌ ଭିଭୋ ନେକ୍ସର ଶୁଭାରମ୍ଭ କରିଛୁ। ଆଗାମୀ ଦିନରେ ଏହି ଅନନ୍ୟ ଧାରା ଜାରି ରହିବ। ଟିଓଏଫ୍‌ ୩-ଡି ସେନସିଙ୍ଗ୍‌ ଜ୍ଞାନକୌଶଳ ଭବିଷ୍ୟତରେ ନୂତନ ଆଶା ସୃଷ୍ଟି କରିବାକୁ ସକ୍ଷମ ହେବ ବୋଲି କହିଛନ୍ତି ଭିଭୋର ବରିଷ୍ଠ ଉପସଭାପତି ଆଲେକ୍ସ୍‌ ଫେଙ୍ଗ୍‌ ।

ଭିଭୋ ଟିଓଏଫ୍‌ ୩-ଡି ସେନସିଙ୍ଗ୍‌ ଜ୍ଞାନକୌଶଳରେ ୩,୦୦,୦୦୦ ସେନସର ପଏଣ୍ଟ ରହିଛି। ଯାହାକି ସମ୍ପ୍ରତି ବଜାରରେ ଉପଲବ୍ଧ ଉତ୍ପାଦଠାରୁ ୧୦ ଗୁଣା ଅଧିକ। ଏହା ୩-ଡି ମ୍ୟାପିଂ ୩ମିଟର ପର୍ଯ୍ୟନ୍ତ ସୃଷ୍ଟି କରିପାରିବ । ଏହା ଆଗାମୀ ଦିନରେ ଫେସିଆଲ ରେକଗନିକସନ, ଟିଓଏଫ୍‌ ୩-ଡି ସେନସିଂ ଜ୍ଞାନକୌଶଳ ମାଧ୍ୟମରେ ମନୋରନ ଶିଳ୍ପରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବାକୁ ସକ୍ଷମ ହେବ । ଏହାଦ୍ୱାରା ସୁନ୍ଦର ଫଟୋଗ୍ରାଫି ସୃଷ୍ଟି କରାଯାଇ ପାରିବ। ଏଥିରେ ମିକ୍ସଡ୍‌ ରିୟଲିଟି (ଏମ୍‌ଆର୍‌) ଗେମ୍‌ ଉପଲବ୍ଧ କରାଯାଇପାରିବ। ଫଳରେ ବିକଶିତ ୩-ଡି ଭର୍ଚୁଆଲ କ୍ଷେତ୍ରରେ ଏକ ନୂତନ କ୍ଷେତ୍ର ସୃଷ୍ଟି କରାଯାଇପାରିବ । ବ୍ୟବହାରକାରୀ ଏହାକୁ ମେଡିକାଲ କ୍ଷେତ୍ରରେ ମଧ୍ୟ ଉପଯୋଗ କରିପାରିବେ। ଏହାଦ୍ୱାରା ଶରୀରର କେତେକ କ୍ରିକିଟାଲ ଅଂଶର ସ୍କାନିଂ କରାଯାଇପାରିବ।

ସମ୍ବନ୍ଧିତ ଖବର