ବେଜିଙ୍ଗ: ଲୋକପ୍ରିୟ ଫୋନ୍ ନିର୍ମାତା ଭିଭୋ ଏହାର ପ୍ରଥମ ଫୋଲଡେବଲ୍ ସ୍ମାର୍ଟଫୋନ୍ ଲଞ୍ଚ କରିଛି | ଓପୋ ଫାଇଣ୍ଡ ଏନ ଫ୍ଲିପ ଏବଂ ସାମସଙ୍ଗ ଗାଲାକ୍ସି ଜେଡ ଫ୍ଲିପ ୪ ପରି, ଏହା ମଧ୍ୟ ଏକ ଫୋଲଡେବଲ୍ ଫୋନ୍ | କମ୍ପାନୀ ଏହି ଫୋନର ନାମ ଭିଭୋ ଏକ୍ସ ଫ୍ଲିପ୍ ରଖିଛି । ଫୋନରେ କ୍ଲାମସେଲ ଡିଜାଇନ୍ ରଖାଯାଇଛି | କମ୍ପାନୀ ଚାଇନା ବଜାରରେ ଭିଭୋ ଏକ୍ସ ଫୋଲ୍ଡ ୨ ମଧ୍ୟ ଲଞ୍ଚ କରିଛି। ଫୋନର ଫ୍ରଣ୍ଟ ପ୍ୟାନେଲରେ ଦୁଇଟି କ୍ୟାମେରା ଦିଆଯାଇଥିବାବେଳେ ଏହି ଫୋନରେ ଗାଲାକ୍ସି ଜେଡ଼ ଫ୍ଲିପ୍ ୪ ଏବଂ ଓପୋ ଫାଇଣ୍ଡ ଏନ୨ ପରି କ୍ୟାମେରା ସିଷ୍ଟମ ମଧ୍ୟ ବ୍ୟବହୃତ ହୋଇଛି | କୁହାଯାଉଛି ଯେ ଭିଭୋର ଏହି ଫୋନ ଓପୋ ଫାଇଣ୍ଡ ଏନ ଫ୍ଲିପ ଏବଂ ସାମସଙ୍ଗ ଗାଲାକ୍ସି ଜେଡ ଫ୍ଲିପ ୪କୁ ଟକ୍କର ଦେବ |

Advertisment

ପ୍ରଥମ ପଦକ୍ଷେପ ସ୍ୱରୂପ ଚାଇନା ବଜାରରେ ଏହି ସ୍ମାର୍ଟଫୋନ୍ ଲଂଚ କରାଯାଇଥିବାବେଳେ ସାରା ବିଶ୍ୱରେ କେବେ ଲଞ୍ଚ କରାଯିବ ତାହାର ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଚାଇନାରେ ୧୨ ଜିବି ରାମ୍ ଏବଂ ୨୫୬ ଜିବି ଷ୍ଟୋରେଜ୍ ବିକଳ୍ପ ଥିବା ଭିଭୋ ଏକ୍ସ ଫୋଲ୍ଡ ୨ର ମୂଲ୍ୟ ପ୍ରାୟ ୭୧୬୦୦ ଟଙ୍କା ହୋଇଥିବାବେଳେ ୧୨ଜିବି ରାମ ଏବଂ ୫୧୨ଜିବି ଷ୍ଟୋରେଜ୍ ସହିତ ଟପ୍ ମଡେଲ୍ ମୂଲ୍ୟ ପ୍ରାୟ ୮୦୦୦୦ ଟଙ୍କା ରହିଛି |