ତିନିଟି ରିୟର କ୍ୟାମେରା ସହ ଲଞ୍ଚ ହେଲା ଭିଭୋର ନୂଆ ଫୋନ

ନୂଆଦିଲ୍ଲୀ: ଚୀନ ସ୍ମାର୍ଟଫୋନ ନିର୍ମାତା ଭିଭୋ ମଙ୍ଗଳବାର ଦିନ ଭାରତରେ ଏହାର ନୂଆ ଫୋନ ଭିଭୋ Y 15 ଲଞ୍ଚ କରିଛି | ଏହି ଫୋନରେ ତିନିଟି ରିୟର କ୍ୟାମେରା ସହ ୫୦୦୦ ଏମଏଏଚ ବ୍ୟାଟେରି କ୍ଷମତା ରହିଛି | ଫୋନରେ ଡୁଆଲ ସିମ ସପୋର୍ଟ ସହ ଆଣ୍ଡ୍ରଏଡ଼ ପାଇଁ ୯.୦ ଆଧାରିତ ଫନଟଚ ଅପରେଟିଙ୍ଗ ସିଷ୍ଟମ ମିଳିବ | ଫୋନରେ ପି୨୨ ପ୍ରୋସେସର ସହ ୪ ଜିବି ରାମ କ୍ଷମତା ରହିଛି | ସେହିପରି ଫୋନରେ ୬୪ ଜିବିର ଷ୍ଟୋରେଜ କ୍ଷମତା ରହିଛି |

କ୍ୟାମେରା କଥା କହିବାକୁ ଗଲେ ତିନିଟି ରିୟର କ୍ୟାମେରା ସହ ୧୩ ମେଗାପିକ୍ସେଲ,୮ ମେଗାପିକ୍ସେଲ ଓ ୨ ମେଗାପିକ୍ସେଲର ଉଚ୍ଚକ୍ଷମତା ସମ୍ପନ୍ନ କ୍ୟାମେରା ମିଳିବ | ଏହି ଫୋନରେ ଫିଙ୍ଗରପ୍ରିଣ୍ଟ ସେନ୍ସର,୪ଜି ଭୋଲ୍ଟ, ୱାଇଫାଇ,ବ୍ଲୁ ଟୁଥ, ମାଇକ୍ରୋ ୟୁଏସବି,ଜିପିଏସ ସୁବିଧା ମିଳିବ | ଫୋନଟିର ମୂଲ୍ୟ ୧୩୯୯୦ ଟଙ୍କା ଥିବାବେଳେ ଆକ୍ବ ବ୍ଲୁ ଓ ନାଲି କଲରରେ ଏହି ଫୋନ ମିଳିବ | ଫୋନକୁ ସମସ୍ତ ଅନଲାଇନ ଓ ଅଫଲାଇନ ଷ୍ଟୋରରେ ମିଳିବ | ତେବେ ଜିଓ ପକ୍ଷରୁ ଏହି ଫୋନ କିଣିଲେ ୪ ହଜାର ଟଙ୍କାର ଫାଇଦା ମିଳିବ |

ସମ୍ବନ୍ଧିତ ଖବର