ବଜାରକୁ ଆସିଲା ଭିଭୋ ଭି-୧୧ ପ୍ରୋ ସ୍ମାର୍ଟଫୋନ୍‌, କିପରି ପାଇବେ ୨୦୦୦ ଟଙ୍କାର କ୍ୟାସବ୍ୟାକ, ଜାଣନ୍ତୁ

ନୂଆଦିଲ୍ଲୀ: ଭିଭୋ ପକ୍ଷରୁ ଏହାର ଫ୍ଲାଗସିପ୍‌ ଇନ୍‌-ଡିସ୍‌ପ୍ଲେ ଫିଙ୍ଗର ପ୍ରିଣ୍ଟଯୁକ୍ତ ସ୍ମାର୍ଟଫୋନ୍‌ ଭି-୧୧ ପ୍ରୋ ର ବଜାର ପ୍ରବେଶ କରାଯାଇଛି। ଏଥିରେ ସ୍ୱତନ୍ତ୍ର ସୁରକ୍ଷିତ ଅନ୍‌ ଲକିଂ ଜ୍ଞାନକୌଶଳକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ସେପ୍ଟମ୍ବର ୬ ତାରିଖ ଠାରୁ ଅଫ୍‌ ଲାଇନ୍‌ ଏବଂ ଅନ୍‌ ଲାଇନ୍‌ ଚ୍ୟାନେଲ୍‌ରେ ଉପଲବ୍ଧ ହେଉଛି । ଏଥିରେ ଏଆଇ ପାୱାର କ୍ୟାମେରା ସହିତ ଡୁଆଲ ପିକ୍ସଲେ ଟେକ୍ନୋଲୋଜିକୁ ଅନ୍ତର୍ଭୁକ୍ତ କରାଯାଇଛି । ଏଥିରେ ନୂତନ ହାଳୋ ଫୁଲ୍‌ ଭିୟୁ ଡିସପ୍ଲେ ରହିଛି। ଏହା ଷ୍ଟାରେ ନାଇଟ୍‌ ଏବଂ ଡ୍ୟାଜେଲିଂ ଗୋଲ୍ଡ ରଙ୍ଗରେ ଉପଲବ୍ଧ ହେଉଛି। ଭି-୧୧ ପ୍ରୋ ସ୍ମାର୍ଟଫୋନ୍‌ର ମୂଲ୍ୟ ୨୫,୯୯୦ ଟଙ୍କା ରହିଛି। ଏହା ଅଫ୍‌ ଡ୍ନ୍‌ ସହିତ ଅନ୍‌ ଲାଇନ୍‌ ଇ-ଷ୍ଟୋର ଆମାଜନ୍‌, ଫ୍ଲପ୍‌ କାର୍ଟ, ପେ ଟିଏମ୍‌ ମଲ୍‌, ସ୍ନାପ୍‌ ଡିଲ୍‌ରେ ଉପଲବ୍ଧ ହେଉଛି।

ଏଚଡିଏଫସି କ୍ରେଡିଟ୍‌୍‌ ଏବଂ ଡେବିଟ୍‌ କାର୍ଡ ବ୍ୟବହାରକାରୀଙ୍କୁ ୨୦୦୦ ଟଙ୍କାର କ୍ୟାସ୍‌ ବ୍ୟାକ୍‌, କ୍ୟାପିଟାଲ ଫାଷ୍ଟରେ ୫% କ୍ୟାସ୍‌ବ୍ୟାକ୍‌, ପେ ଟିମ୍‌ ମଲ୍‌ରୁ କ୍ରୟ କଲେ ୨୦୦୦ଟଙ୍କାର କ୍ୟାସବ୍ୟାକ୍‌ ସୁବିଧା ଉପଲବ୍ଧ ହେଉଛି। ସେହିପରି ଏକ୍ସଚେ୍‌ଞ୍ଜରେ ୨୦୦୦ଟଙ୍କାର କ୍ୟାସ୍‌ ବ୍ୟାକ୍‌, ୬ ମାସ ମଧ୍ୟରେୱାନ୍‌ ଟାଇମ୍‌ ସ୍କ୍ରିନି ରିପ୍ଲେସ୍‌ମେଣ୍ଟ ସୁବିଧା। କ୍ରେଡିଟ୍‌ କାର୍ଡ, ଡେବିଟ୍‌ କାର୍ଡ ଏବଂ ବଜାଜ୍‌ ଫାଇନାନ୍ସ୍‌ କାର୍ଡରେ ନୋ କଷ୍ଟ ୧୨ମାସର ଇଏମ୍‌ଆଇ ସୁବିଧା, ୬ ରୁ ୮ ମାସର ବିକ୍ରି ପରର ଗ୍ୟାରେଣ୍ଟି। ରିଲାଏନ୍ସ୍‌ ଜିଓ ପକ୍ଷରୁ ୪୦୫୦ ଟଙ୍କାର ସୁବିଧା ସହିତ ଭୋଡ଼ାଫୋନ୍‌ ଗ୍ରାହକଙ୍କୁ ଅତିରିକ୍ତ ଡାଟା ସୁବିଧା ଯୋଗାଇ ଦିଆଯିବ । ଏହି ଫୋନ୍‌ ଯୁବବର୍ଗଙ୍କ ସେଲ୍‌ଫି ଅଭ୍ୟାସକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି। ଏଥିରେ ଜ୍ଞାନକୌଶଳ, ଡିଜାଇନିଂ ଏବଂ ସାମୁହିକ ଦକ୍ଷତା ଭିତିରେ ପ୍ରସ୍ତୁତ କରାଯାଇଛି। ଏଥିରେ ଡୁଆଲ୍‌ ପଛ କ୍ୟାମେରା ୧୨ ଏମ୍‌ପି ଏବଂ ୫ ଏମ୍‌ପି କ୍ୟାମେରା ଏବଂ ୨୫ ଏମପି ସେଲଫି କ୍ୟାମେରା ରହିଛି। କ୍ଷୀଣ ଆଲୋକସ୍ଥିତିରେ ମଧ୍ୟ ଏହା ଭଲ ଫଟୋ ଉଠାଇବାକୁ ସକ୍ଷମ ହେବ। ଏଥିରେ ଜୋଭି ସ୍ମାର୍ଟ ସିନ୍‌ ପାଇଁ ଗୁଗୁଲ ଲେନ୍ସ ସୁବିଧା ରହିଛି। ଏଥିରେ ଏଆଇ ପାୱାର ଡୁଆଲ୍‌ ପିକ୍ସଲେ ସେନସର୍‌ କ୍ୟାମେରା, ସ୍ନାପ୍‌ ଡ୍ରାଗନ୍‌ ଏଆଇଇ ପ୍ରୋସେସର୍‌ , ୬ଜିବି ରାମ୍‌, ୬୪ ଜିବି ରମ୍‌, ଫନଟଚ୍‌ ଓଏସ୍‌ ୪.୫, ଆଣ୍ଡ୍ରଏଡ୍‌ ୮.୧, ଭିଭୋ ଜୋଭି ଏଆଇ ଇିନ୍‌ ଆଦି ରହିଛି। ଏଥିରେ ୧୬.୨୮ ସେମି ଫୁଲ୍‌ ଏଚଡି ସ୍କ୍ରିନ୍‌ ଡିସ୍‌ପ୍ଲେ ରହିଛି।

ସମ୍ବନ୍ଧିତ ଖବର