ବଜାରରେ ଭିଭୋ ଭି-୧୫ ପ୍ରୋ ସ୍ମାର୍ଟଫୋନ, ମୂଲ୍ୟ ୨୮,୯୯୦ ଟଙ୍କା

ନୂଆଦିଲ୍ଲୀ :   ଭିଭୋ ପକ୍ଷରୁ ଏହାର ଫ୍ଲାଗସିପ୍ ସ୍ମାର୍ଟଫୋନ୍ ଭି-୧୫ ପ୍ରୋର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ଫୋନ୍ ଯୁବବର୍ଗଙ୍କ ସେଲ୍ଫି ଅଭ୍ୟାସକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି । ଏଥିରେ ଜ୍ଞାନକୌଶଳ, ଡିଜାଇନିଂ ଏବଂ ସାମୁହିକ ଦକ୍ଷତା ଭିତିରେ ପ୍ରସ୍ତୁତ କରାଯାଇଛି । ଏଥିରେ ୩ଟି ଏଆଇ ପଛ କ୍ୟାମେରା ରହିଛି । ଇନ୍-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସ୍କାନିଂ ଜ୍ଞାନକୌଶଳ, ସୁପର ଆମଲୋଏଡ୍ ଡିସପ୍ଲେ, ବେଜେଲ୍ ଲେଓ୍ ୯୧:୬୪% ସ୍କ୍ରିନ୍ ଟୁ ବଡି ରେସିଓ ଆଦି ରହିଛି । ଏମ୍ର ୬ଜିବି ରମ୍, ୧୨୮ ରମ୍ ରହିଛି । ଏହାର ମୂଲ୍ୟ ୨୮,୯୯୦ ଟଙ୍କା ରହିଛି । ଏହା ୨୦୧୯ ମାର୍ଚ୍ଚ ୬ ତାରିଖ ଠାରୁ ଭିଭୋ ଇ-ଷ୍ଟୋର ଏବଂ ଆମାଜନ ଏବଂ ଫ୍ଲିପକାଟ ସହିତ ସମସ୍ତ ଅଫ୍ ଲାଇନ୍ ଷ୍ଟୋର ଉପଲବ୍ଧ ହେବ । ଏହା ଟୋପାଜ୍ ବ୍ଲୁ, ଏବଂ ରୁବି ରେଡ୍ ରଙ୍ଗରେ ଉପଲବ୍ଧ ହେବ ।

ଏଥିରେ ୧୬.୨୩ ସେମି ସ୍କ୍ରିନ୍ ଏଚଡି ପ୍ଲସ୍ ଡିସ୍ପ୍ଲେ ରହିଛି । ଏହାର ଆସପେକ୍ଟ ଅନୁପାତ ୯୧:୬୪% ସ୍କ୍ରିନ୍ ବଡି ରହିଛି । ଏଥିରେ ୩୨ ଏମ୍ପି ସେଲଫି କ୍ୟାମେରା ଏବଂ କ୍ୱାଡା ପିକ୍ସଲେ ସେନସର ସହିତ ୮ଏମ୍ ପି ତଥା ୫ ଏମ୍ ପି ଟ୍ରିପୁଲ୍ ପଛ କ୍ୟାମେରା, ୬ଜିବି ରାମ୍, ୧୨୮ ଜିବି ରମ୍ , କ୍ୱାଲକମ୍ ସ୍ନାପଡ୍ରାଗନ ୬୭୫ ଏଆଇ ଅକ୍ଟାକୋର୍ ପ୍ରୋସେସର୍୍, ଆଣ୍ଡ୍ରଏଡ୍ ୯.୦, ଫ୍ରଣ୍ଟ ଟଚ୍-୯ ଅପରେଟିଂ ସିଷ୍ଟମ୍ ଆଦି ବୈଶିଷ୍ଟ୍ୟ ରହିଛି ।

ଏହା ଉପରେ ୧୨ ମାସର ସହଜ ଇଏମ୍ଆଇ ବାଜାଜ୍ ଫାଇନାନ୍ସ ସୁବିଧା ଉପଲବ୍ଧ ହେବ । ଏଚଡିଏଫ୍ସି ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ଏବଂ ଇଏମ୍ଆଇ କାରବାରରେ ୫% କ୍ୟାସ୍ତ ବ୍ୟାକ୍ ସୁବିଧା, ୱାନ ଟାଇମ୍ ୯୯୯ଟଙ୍କାର ସ୍କି୍ରନ୍ ରିପ୍ଲେସ୍ ମେଂଟ୍ ସୁବିଧା ୨୦ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ, ଆଇଡିଏଫସି ଜିରୋ ଡାଉଡ଼ପେମେଂଟ୍ ସହିତ ୮ଟି ସହଜ ଇଏମ୍ ଆଇ, ଏକ୍ସଚେଞ୍ଜ୍ରେ ୧,୦୦୦ଟଙ୍କା ଏବଂ ଏହାଠାରୁ ଅଧିକ ଟଙ୍କାର ସୁବିଧା, ପୁରୁଣା ସ୍ମାର୍ଟଫୋନ୍ ଉପରେ ଶ୍ରେଷ୍ଠ ଅଫର ଆଦି ଉପଲବ୍ଧ ହେବ ।

ସମ୍ବନ୍ଧିତ ଖବର