ଭିଭୋ ପକ୍ଷରୁ ୱାଇ-୮୩ ସ୍ମାର୍ଟଫୋନ୍‌ର ବଜାର ପ୍ରବେଶ

ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଭିଭୋ ପକ୍ଷରୁ ଏହାର ୱାଇ ସିରିଜ୍‌ ଅନ୍ତର୍ଗତ ଫ୍ଲାଗସିପ୍‌ ସ୍ମାର୍ଟଫୋନ୍‌ ୱାଇ-୮୩ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଫୋନ୍‌ ଯୁବବର୍ଗଙ୍କ ସେଲ୍‌ଫି ଅଭ୍ୟାସକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି। ଏଥିରେ ଜ୍ଞାନକୌଶଳ, ଡିଜାଇନିଂ ଏବଂ ସାମୁହିକ ଦକ୍ଷତା ଭିତିରେ ପ୍ରସ୍ତୁତ କରାଯାଇଛି। ଏହା ଗତ ଜୁନ୍‌ ୧ରୁ ସମସ୍ତ ଅଫ୍‌ଲାଇନ୍‌ ଷ୍ଟୋର୍‌, ଫ୍ଲପକାର୍ଟ ଡଟ୍‌ କମ୍‌, ଆମାଜନ ଡଟ୍‌ ଇନ୍‌ ଏବଂ ଶପ୍‌ ଡଟ୍‌ ଭିଭୋ ଡଟ୍‌ କମ୍‌ରେ ନୋ କଷ୍ଟ ଇଏମ୍‌ଆଇ ତଥା ଏକ୍ସଚେ୍‌ ଅଫରରେ ଉପଲବ୍ଧ ହେବ। ଏହା ବ୍ଲାକ୍‌ ଓ ଗୋଲ୍ଡ ରଙ୍ଗରେ ଉପଲବ୍ଧ ହେଉଥିବାବେଳେ ଏହାର ମୂଲ୍ୟ ୧୪,୯୯୦ ଟଙ୍କା ରହିଛି।ଏଥିରେ ୧୩ ଏମ୍‌ପି ପଛ କ୍ୟାମେରା ରହିଛି। ସେହିପରି ଏଥିରେ ୮ଏମ୍‌ପି ସେଲଫି କ୍ୟାମେରା ରହିଛି। ଏଥିରେ ପିଡିଏଏଫ୍‌ ଜ୍ଞାନକୌଶଳକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହାର ଏଆଇ ଫେସ୍‌ ବିୟୁଟି ଫିଚର ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହେବ। ଏଥିରେ ଲାଟେଷ୍ଟ ମେଡିଆ ଟେକ୍‌ ହେଲିଓ ପି-୨୨ ଅକ୍ଟାକୋର ପ୍ରୋସେସର୍‌,୪ଜିବି ରାମ୍‌, ୩୨ ଜିବି ରମ୍‌, ୨୫୬ ଜିବି ପର୍ଯ୍ୟନ୍ତ ବାହ୍ୟ ମେମୋରୀ ସୁବିଧା ରହିଛି । ଏହି ଅବସରରେ ଭିଭୋ ଇଣ୍ଡିଆର ସିଏମ୍‌ଓ ଜେରୋମି ଚେନ୍‌ କହିଛନ୍ତି ଯେ ଭିଭୋ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂତନ ଉତ୍ପାଦର ବଜାର ପ୍ରବେଶ କରିଥାଏ। ଏହି ନୂତନ ଫୋନ୍‌ ସାମ୍ପ୍ରତିକ କ୍ୟାମେରା ଜ୍ଞାନକୌଶଳରେ ଏକ ନୂତନ କ୍ଷେତ୍ର ସୃଷ୍ଟି କରିବା ସହିତ କ୍ୟାମେରାର ଅଭିଜ୍ଞତାକୁ ବିଶେଷ ରୁଦ୍ଧିମନ୍ତ କରିବାକୁ ସକ୍ଷମ ହେବ। ଆମ୍ଭେ ନିଶ୍ଚିତ ଯେ, ଏହି ୱାଇ-୮୩ ସ୍ମାର୍ଟଫୋନ୍‌ ଗ୍ରାହକଙ୍କ ଦ୍ୱାରା ବିଶେଷ ଆଦୃତି ଲାଭ କରିବା ସହିତ ସେଲଫି ଅଭିଜ୍ଞତାକୁ ରୁଦ୍ଧିମନ୍ତ କରାଇବ।

ସମ୍ବନ୍ଧିତ ଖବର