ଭିଭୋ ୱାଇ୯୦ ର ବଜାର ପ୍ରବେଶ, ଦାମ ମାତ୍ର ୬୯୯୦ ଟଙ୍କା

ନୂଆଦିଲ୍ଲୀ :   ସ୍ମାର୍ଟଫୋନ କମ୍ପାନି ଭିଭୋ ପକ୍ଷରୁ ୱାଇ ସିରିଜ ର ସବୁଠାରୁ ଶସ୍ତା ୱାଇ୯୦ ଫୋନ ବଜାରରେ ଉପଲବ୍ଧ ହୋଇଛି । ଏହି ଫୋନ ୪୦୩୦ଏମଏଏଚ ବ୍ୟାଟେରୀ କ୍ଷମତା ଓ ୧୫.୮ ସିଏମ (୬.୨୨) ହାଲୋ ଫୁଲଭିଉ ଡିସପ୍ଲେ ସହ ଅତ୍ୟାଧୁନିକ ଫିଚରରେ ଭରପୁର ଅଛି । ଏହି ଫୋନର ଦାମ ୬୯୯୦ ରଖାଯାଇଛି । ଏହା ଉଭୟ କଳା ଓ ସୁନେଲୀ ରଙ୍ଗରେ ଉପଲବ୍ଧ ହେଉଛି । ଏହି ଫୋନ ଇ-କମର୍ସ ୱେବସାଇଟ ଓ ଖୁଚୁରା ଦୋକାନ ମାନଙ୍କରେ ଜୁଲାଇ ୨୭ ରୁ ଉପଲବ୍ଧ ହେଉଛି ।

ଏହି ଫୋନରେ ଏମଟି ୬୭୬୧ ହେଲିଓ ଏ୨୨କ୍ୱାଡକୋର ପ୍ରୋସେସର ବ୍ୟବହାର କରାଯାଉଛି ।  ଏହାଛଡା ଏହି ଫୋନରେ ୫-ମେଗାପିକ୍ସେଲ  ସେଲଫି କ୍ୟାମେରା ଓ ୮ମେଗାପିକ୍ସେଲ  କ୍ୟାମେରା ପୃଷ୍ଠ ଭାଗରେ ଉପଲବ୍ଧ ଅଛି । ଅତ୍ୟାଧୁନିକ ଏ୧ ପ୍ରଯୁକ୍ତି ବ୍ୟବହାରେ ଏହି ଫୋନ କ୍ୟାମେରା ଉନ୍ନତ ଚିତ୍ର ତୋଳିବାରେ ସକ୍ଷମ । ୱାଇ୯୦ ଫୋନରେ ୨ଜିବି ରାମ୍ ଏବଂ ୧୬ଜିବି ଷ୍ଟୋରେଜ୍ ଉପଲବ୍ଧ ଅଛି । ଏହା ୨୫୬ ଜିବି ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇପାରିବ ।

ସମ୍ବନ୍ଧିତ ଖବର