ଭିଭୋ ଏକ୍ସ୨୦ ଓ ଏକ୍ସ୨୦ପ୍ଲସ ରେ ଅଣ୍ଡରଗ୍ଲାସ ଫିଙ୍ଗରପ୍ରିଣ୍ଟ ସ୍କାନିଂ ବ୍ୟବସ୍ଥା ରହିବ !

ନୂଆଦିଲ୍ଲୀ: ଚାଇନିଜ୍‌ ସ୍ମାର୍ଟଫୋନ କମ୍ପାନି ଚଳିତ ବର୍ଷ ନିଜର ବହୁଚର୍ଚ୍ଚିତ ଅଣ୍ଡରଗ୍ଲାସ ଫିଙ୍ଗରପ୍ରିଣ୍ଟ ସ୍କାନିଂ ବ୍ୟବସ୍ଥା ଥିବା ସ୍ମାର୍ଟଫୋନ ବଜାରକୁ ଛାଡିବାର ସମ୍ଭାବନା ରହିଛି । ଭିଭୋ ଏକ୍ସପ୍ଲେ-୭ ଓ ଭିଭୋ ଏକ୍ସ୨୦ ଓ କ୍ସେ୨୦ପ୍ଲସ ସ୍ମାର୍ଟଫୋନଗୁଡିକରେ ଏହି ବ୍ୟବସ୍ଥା ରହିବ ବୋଲି ସୂଚନା ମିଳିଛି । ପ୍ରକୃତ ତାରିଖ ଜଣାପଡ଼ିନଥିଲେ ମଧ୍ୟ କମ୍ପାନି ଆଗାମୀ କିଛି ମାସ ମଧ୍ୟରେ ଏହି ସ୍ମାର୍ଟଫୋନଗୁଡିକ ଲଞ୍ଚ୍‌ କରିବାର ସମ୍ଭାବନା ରହିଛି । ଏହି ଟେକନଲୋଜୀ ପାଇଁ ଭିଭୋ ଆମେରିକୀୟ ଟେକନଲୋଜୀ କମ୍ପାନି ସିନାପଟିକ୍ସ ସହ ଚୁକ୍ତି କରିଛି । କାରଣ ସିନାପଟିକ୍ସ ପାଖରେ ଏହି ଟେକନଲୋଜୀର ପ୍ୟାଟେଣ୍ଟ ରହିଛି । ପ୍ୟାଟେଣ୍ଟ କରାଯାଇଥିବା ଏହି ଟେକନଲୋଜୀର ନାଁ ହେଉଛି କ୍ଲିୟର ଆଇଡି ।

ଏହି ଟେକନଲୋଜୀ ବ୍ୟବହାର କରିବା ଦ୍ୱାରା ସ୍ମାର୍ଟଫୋନର ଡିସ୍‌ପ୍ଲେକୁ ସମ୍ପୂର୍ଣ୍ଣ ଭାବେ ବେଜେଲ୍‌ଲେସ୍‌ କରିହେବ । ଅର୍ଥାତ୍‌ ଫୋନର ଆଗପଟଟି ସମ୍ପୂର୍ଣ୍ଣ ଭାବେ ଡିସ୍‌ପ୍ଲେ ଦ୍ୱାରା କଭର ହୋଇ ରହିବ । ଫିଙ୍ଗର ପ୍ରିଣ୍ଟ ସ୍କାନର ପାଇଁ କୌଣସି ଅଲଗା ସ୍ଥାନ ରଖିବାକୁ ପଡିବ ନାହିଁ ।

ଭିଭୋ ପକ୍ଷରୁ ଗତ ବର୍ଷ ଚୀନ ବଜାରରେ ଏକ୍ସ୨୦ ଓ ଏକ୍ସ୨୦ପ୍ଲସ ସ୍ମାର୍ଟଫୋନ ଲଞ୍ଚ୍‌ କରାଯାଇଥିଲା । କିନ୍ତୁ ଏବର୍ଷ ଲଞ୍ଚ୍‌ ହେବାକୁ ଥିବା ଅଣ୍ଡରଗ୍ଲାସ ଫିଙ୍ଗରପ୍ରିଣ୍ଟ ସ୍କାନିଂ ବ୍ୟବସ୍ଥା ଥିବା ଏକ୍ସ୨୦ ଓ ଏକ୍ସ୨୦ପ୍ଲସ ସ୍ମାର୍ଟଫୋନର ନାଁ ଏକ୍ସ୨୦ୟୁଡି ଓ ଏକ୍ସ୨୦ପ୍ଲସୟୁଡି ରହିବ ବୋଲି ଜଣାପଡିଛି ।

ସମ୍ବନ୍ଧିତ ଖବର