ଆମାଜନରେ ପ୍ରଥମ ପସନ୍ଦର ସ୍ମାର୍ଟଫୋନ ପାଲଟିଛି ଭିଭୋ ନେକ୍ସ

ନୂଆଦିଲ୍ଲୀ : ଗତମାସରେ ଲଞ୍ଚ ହୋଇଥିବା  ଭିଭୋ ନେକ୍ସ୍‌ ଇ-କମର୍ସ ସାଇଟ୍‌ ଆମାଜନର ପ୍ରଥମ ପସନ୍ଦ ସ୍ମାର୍ଟଫୋନ୍‌ର ମାନ୍ୟତା ଲାଭ କରିପାରିଛି। ଏହା ୪୪,୯୯୦ ଟଙ୍କାରେ ଉପଲବ୍ଧ ହେଉଥିବା ବେଳେ ଜୁଲାଇ ମାସରେ ଆମାଜନରେ ଉପଲବ୍ଧ ହେଉଥିବା ୪୦ରୁ ୪୫ ହଜାର ଟଙ୍କାର ପ୍ରଡକ୍ଟ ଶ୍ରେଣୀରେ ଏହା ଆମାଜନ ଚଏସ୍‌ ଟ୍ୟାଗ୍‌ ହାସଲ କରିବାକୁ ସକ୍ଷମ ହୋଇଛି।

ଆମାଜନରେ ଏହା ଉପରେ ୩୦୦୦ ଟଙ୍କାର ଏକ୍ସଚେଞ୍ଜ୍‌ ଅଫର, ନୋ କଷ୍ଟ ଇଏମ୍‌ଆଇ ସମସ୍ତ ଡେବିଟ କାର୍ଡ ଏବଂ ବଜାଜ୍‌ ଫାଇନାନ୍ସ ଉପରେ ଉପଲବ୍ଧ ହେଉଛି। ଏଥିରେ ନିଶ୍ଚିତ ୨୨,୪୯୫ ଟଙ୍କାର ବାୟବ୍ୟାକ୍‌ ଉପଲବ୍ଧ ହେଉଛି। ରିଲାଏନ୍ସ ଜିଓ ସହିତ ୧୯୫୦ଟଙ୍କାର କ୍ୟାସବ୍ୟାକ୍‌ ଏବଂ ଫ୍ରି ପିମିୟମ୍‌ ସିକ୍ୟୁରିଟି ସବସ୍କ୍ରିପସନ ଉପଲବ୍ଧ। ଏଚଡିଏଫସି ବ୍ୟାଙ୍କ କ୍ରେଡିଟ୍‌ କାର୍ଡ ଏବଂ ଡେବିଟ୍‌ କାର୍ଡ ଉପରେ ୪୦୦୦ଟଙ୍କାର ଫ୍ଲାଟ ଅଫ ସୁବିଧା ଉପଲବ୍ଧ ହେଉଛି।

ନେକ୍ସ୍‌ରେ ୯୧.୨୪% ବେଜେଲ୍‌ ଲେସ୍‌ ଡିସ୍‌ପ୍ଲେ ସ୍କ୍ରିନ୍‌-ଟୁ- ବଡ଼ି ଅନୁପାତ, ଜ୍ଞାନକୌଶଳ, ଡିଜାଇନିଂ ଏବଂ ସାମୁହିକ ଦକ୍ଷତା, ଇଲିଭେଟିଂ ସମ୍ମୁଖ କ୍ୟାମେରା ଏବଂ ଅଲ୍ଟା ଫୁଲ୍‌ ଭିୟୁ ସ୍କ୍ରିନ୍‌ ଡିଜାଇନିଂ ଆଦି ବୈଶିଷ୍ଟ୍ୟ ରହିଛି। ଏଥିରେ ୧୬.୭୪ ସେମି ସ୍କ୍ରିନ୍‌ ଡିସ୍‌ପ୍ଲେ, ୮ଏମ୍‌ ପି ପଛ କ୍ୟାମେରା, ୧୨ ଏମ୍‌ପି ଏବଂ୫ ଏମ୍‌ପି ସେଲଫି କ୍ୟାମେରା, ୧୯୯ଗ୍ରାମ୍‌ ଓଜନ, କ୍ୱାଲକମ୍‌ ସ୍ନାପଡ୍ରାଗନ ୮୪୫ ଅକ୍ଟା କୋର୍‌ ପ୍ରୋସେସର୍‌,୮ଜିବି ରାମ୍‌, ୧୨୮ ଜିବି ରମ୍‌,୪୦୦ଏମ୍‌ଏଏଚ୍‌ ବ୍ୟାଟେରୀ , ଟାଇପ୍‌ ସି- ଚାଜିଂ, ଆଣ୍ଡ୍ରଏଡ୍‌ ୮.୧ ଓରିଓ ଆଦି ବୈଶିଷ୍ଟ୍ୟ ରହିଛି।

ସମ୍ବନ୍ଧିତ ଖବର