ଭିଭୋ ପ୍ରଦର୍ଶନ କଲା ଆପେକ୍ସ୍‌ ସ୍ମାର୍ଟଫୋନ୍‌

ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଭିଭୋ ପକ୍ଷରୁ ଏହାର ଫ୍ଲାଗସିପ୍‌ ସ୍ମାର୍ଟଫୋନ୍‌ ଆପେକ୍ସ୍‌ର ଉନ୍ମୋଚନ କରାଯାଇଛି। ଏହାକୁ ମୋବାଇଲ୍‌ ଓ୍ଵାର୍ଲଡ କଂଗ୍ରେସ ୨୦୧୮ ରେ ପ୍ରଦର୍ଶିତ କରାଯାଇଛି । ତେବେ ବଜାରକୁ ଆସିବାକୁ ଏହାକୁ ଆଉ କିଛିଦିନ ସମୟ ଲାଗିବ ।

ଏଥିରେ ହାଫ୍‌ ସ୍କ୍ରିନ୍‌ ଇନ୍‌ ଡିସ୍‌ପ୍ଲେ ଫିଙ୍ଗର ସ୍କାନିଂ ଜ୍ଞାନକୌଶଳ ରହିଛି । ଅର୍ଥାତ୍‌ ଏହାର ସ୍କିନ ଉପରେ ହିଁ ଟିପଚିହ୍ନ ରଖିଲେ ଫୋନ ଅନଲକ୍‌ ହେବ । ଏଥିରେ ଫୁଲ୍‌ ଭିୟୁ ଅଭିଜ୍ଞତା ଉପଲବ୍ଧ କରିହେବ। ଏହି ଅବସରରେ ଭିଭୋର ବରିଷ୍ଠ ଉପସଭାପତି ଆଲେକ୍ସ୍‌ ଫେଙ୍ଗ୍‌ କହିଲେ, ‘ଭିଭୋ ପକ୍ଷରୁ ସବୁବେଳେ ନୂତନ ଜ୍ଞାନକୌଶଳ ଏବଂ ନବୀକରଣକୁ ପ୍ରାଥମିକତା ଦିଆଯାଇଥାଏ। ଆମର ନୂତନ ଉତ୍ପାଦ ଆପେକ୍ସ୍‌ରେ ଉତ୍ତମ ଅଡିଓ, ଫଟୋଗ୍ରାଫି, ଇନ୍‌-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସ୍କାନିଂ ଜ୍ଞାନକୌଶଳ ଆଦି ବୈଶିଷ୍ଟ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଉତ୍ପାଦ ଆମର ଗ୍ରାହକଙ୍କ ବହୁବିଧ ଆବଶ୍ୟକତା ପୂରଣ କରିବାକୁ ସକ୍ଷମ ହେବ।

ଏଥିରେ ୧.୮ ମିମି ପାର୍ଶ୍ୱ ବେଜେଲ୍‌, ୪.୩ ବଟମ୍‌ ବେଜେଲ୍‌, ସ୍କିନ୍‌ କାଷ୍ଟିଂ ସାଉଣ୍ଡି ଜ୍ଞାନକୌଶଳ, ୯୮ ପ୍ରତିଶତ ସ୍କିନ୍‌-ଟୁ-ବଡି ଅନୁପାତ, ଫ୍ଲେକ୍ସିବୁଲ୍‌ ଓଏଲ୍‌ଇଡି, ୮ଏମ୍‌ପି ସମ୍ମୁଖ କ୍ୟାମେରା, ହାଫ୍‌-ସ୍କିନ୍‌ ଇନ୍‌ ଡିସ୍‌ପ୍ଲେ ଫିଙ୍ଗର ପ୍ରିଣ୍ଟ ସ୍କାନିଂ, ଅଧିକ ସୁରକ୍ଷା ବ୍ୟବସ୍ଥା, ଅପ୍ଟିମାଲ୍‌ ହାଇ-ଫାଇ ସୁବିଧା, ଅଧିକ ସମୟ ଧରି ବ୍ୟବହାର କରିହେଉଥିବା ବ୍ୟାଟେରୀ ଆଦି ବୈଶିଷ୍ଟ୍ୟ ରହିଛି। ସୂଚନାଯୋଗ୍ୟ, ବିଶ୍ୱସ୍ତରରେ ସ୍ମାର୍ଟଫୋନ୍‌ ନିର୍ମାଣ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଭିଭୋ ଭାରତରେ ଏହାର କାରବାର ୨୦୧୪ ମସିହାରେ ଆରମ୍ଭ କରିଥିଲା। ଅତି ସ୍ୱଳ୍ପ ସମୟ ମଦ୍ଧ୍ୱରେ ଏହା ସ୍ମାର୍ଟବ୍ରାଣ୍ଡ୍‌ ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି ।

ସମ୍ବନ୍ଧିତ ଖବର