ନୂଆଦିଲ୍ଲୀ: ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଏହାର ଫ୍ଲାଗସିପ୍ ସ୍ମାର୍ଟଫୋନ୍ ନେକ୍ସ୍ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ୯୧.୨୪ % ବେଜେଲ୍ ଲେସ୍ ଡିସ୍ପ୍ଲେ ସ୍କ୍ରିନ୍-ଟୁ- ବଡ଼ି ଅନୁପାତ ଫୋନ୍ ଯୁବବର୍ଗଙ୍କ ସେଲ୍ଫି ଅଭ୍ୟାସକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି। ଏଥିରେ ଜ୍ଞାନକୌଶଳ, ଡିଜାଇନିଂ ଏବଂ ସାମୁହିକ ଦକ୍ଷତା ଭିତିରେ ପ୍ରସ୍ତୁତ କରାଯାଇଛି। ଏଥିରେ ଇଲିଭେଟିଂ ସମ୍ମୁଖ କ୍ୟାମେରା ଏବଂ ଅଲ୍ଟା ଫୁଲ୍ ଭିୟୁ ସ୍କ୍ରିନ୍ ଡିଜାଇନିଂ ରହିଛି। ଏହାର ମୂଲ୍ୟ ୪୪,୯୯୦ ଟଙ୍କା ଥିବାବେଳେ ଏହା ଜୁଲାଇ ୨୧ ତାରିଖଠାରୁ ବଛା ବଛା ଅଫ୍ ଲାଇନ୍ ଷ୍ଟୋରରେ କଳା ରଙ୍ଗରେ ଉପଲବ୍ଧ ହେବ। ଏହା ସହିତ ଶପ୍ ଡଟ୍ ଭିଭୋ ଡଟ୍ କମ୍/ଇନ୍ ଏବଂ ଆମାଜନ ଡଟ୍ ଇନ୍ରେ ଆକର୍ଷଣୀୟ ବଜାର ପ୍ରବେଶ ଅଫରରେ ଉପଲବ୍ଧ ହେବ। ଏଥିରେ ୧୬.୭୪ ସେମି ସ୍କ୍ରିନ୍ ଡିସ୍ପ୍ଲେ, ୮ଏମ୍ପି ପଛ କ୍ୟାମେରା, ୧୨ ଏମ୍ପି ଏବଂ ୫ ଏମ୍ପି ସେଲଫି କ୍ୟାମେରା, ୧୯୯ ଗ୍ରାମ୍ ଓଜନ, କ୍ୱାଲକମ୍ ସ୍ନାପଡ୍ରାଗନ ୮୪୫ ଅକ୍ଟା କୋର୍ ପ୍ରୋସେସର୍, ୮ଜିବି ରାମ୍, ୧୨୮ ଜିବି ରମ୍, ୪୦୦ଏମ୍ଏଏଚ୍ ବ୍ୟାଟେରୀ , ଟାଇପ୍ ସି- ଚାଜିଂ, ଆଣ୍ଡ୍ରଏଡ୍ ୮.୧ ଓରିଓ ଆଦି ବୈଶିଷ୍ଟ୍ୟ ରହିଛି । ଏହା ସହିତ ଭିଭୋ ନେକ୍ସରେ ହାଇ-ଫାଇ ଅଡ଼ିଓ ଜ୍ଞାନକୌଶଳ, ଇନ୍ ବିଲ୍ଟି ସ୍ପିକର ସିଷ୍ଟମ୍, ୩ଟି ଆମ୍ପ୍ଲିଫାୟର, ଡିଏସି, ଓଏଲ୍ଇଡି ପ୍ୟାନେଲ୍, ଇୟର ପିସ୍ ରହିଛି। ଏହାକୁ ଏଚଡିଏଫ୍ସି କାର୍ଡ ଏବଂ ଡେବିଟ୍ କାର୍ଡ ମାଧ୍ୟମରେ କ୍ରୟ କଲେ ୪୦୦୦ ଟଙ୍କାର କ୍ୟାସ୍ ବ୍ୟାକ୍ ପ୍ରଦାନ କରାଯିବ। ଏହାର ୱାନ ଟାଇମ୍ ସ୍କ୍ରିନ୍ ରିପ୍ଲେସମେଣ୍ଟ ଏବଂ ନୋ କଷ୍ଟ ୧୨ ମାସର ଇଏମ୍ଆଇ ସୁବିଧା ପ୍ରଦାନ କରାଯିବ।
ଆସନ୍ତା କାଲି ବଜାରକୁ ଆସିବ ଭିଭୋର ଏହି ସ୍ମାର୍ଟଫୋନ, କିପରି ମିଳିବ ୪ ହଜାର ଟଙ୍କାର କ୍ୟାସବ୍ୟାକ ଜାଣନ୍ତୁ
/sambad/media/post_attachments/wp-content/uploads/2018/07/nex1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)