ଭିଭୋ ସ୍ମାର୍ଟଫୋନରେ ଏହି ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବହାର କରାଯାଉଛି

ନୂଆଦିଲ୍ଲୀ : ମୋବାଇଲ ଫଟୋଗ୍ରାଫିକୁ ଏକ ନୂଆ ଉଚ୍ଚତାକୁ ନେଇଯାଇଛି ଚାଇନାର ସ୍ମାର୍ଟଫୋନ କମ୍ପାନି ଭିଭୋ। କମ୍ପାନି ପକ୍ଷରୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପରିଚାଳିତ ସୁପର ଏଚଡିଆର ଟେକନଲୋଜୀର ବିକାଶ କରିଛି । ଏହା ଦ୍ୱାରା ସ୍ମାର୍ଟଫୋନ କ୍ୟାମେରାଗୁଡ଼ିକ ଅଧିକ ଶକ୍ତିଶାଳୀ ହୋଇପାରିବ । ଏଚଡିଆରର ଅର୍ଥ ହେଉଛି ହାଇ ଡାଇନାମିକ୍‌ ରେଞ୍ଜ ଇମେଜିଂ । ଏହା ଦ୍ୱାରା କମ ବା ଅତ୍ୟଧିକ ଆଲୋକରେ ମଧ୍ୟ ଉତ୍ତମ ଫଟୋ ଉଠାଇହେବ । ସୁପର ଏଚଡିଆରର ଏକ୍ସପୋଜର ଭାଲ୍ୟୁ ୧୪ ରହିଛି । ଏକାଥରକେ ଏହା ୧୨ ଟି ଫ୍ରେମ୍‌ କ୍ୟାପଚର କରିପାରିଥାଏ। ପ୍ରତିକୂଳ ଆଲୋକ ପରିବେଶରେ ମଧ୍ୟ ଏହାଦ୍ୱାରା ଉତ୍ତମ କ୍ୱାଲିଟିର ଚିତ୍ର ଉତ୍ତୋଳିତ ହୋଇପାରିଥାଏ । ଏହା ଦ୍ୱାରା ସଟ୍‌ ନେବା ଅତ୍ୟନ୍ତ ସୁବିଧା ଜନକ । ଏହା ପ୍ରାକୃତିକ ରଙ୍ଗରେ ଫଟୋ ଉତ୍ତୋଳନ କରିବାକୁ ସକ୍ଷମ ହୋଇଥାଏ । ଏଥିରେ ଥିବା ଏଆଇ ପ୍ରଣାଳୀ ଫଟୋର ଗୁଣବତାକୁ ବିକଶିତ କରିବାରେ ସହାୟକ ହୋଇଥାଏ। ଏହା ବିଭିନ୍ନ ପରିସ୍ଥିତିରେ ଫଟୋକୁ ସଠିକ୍‌ ଭାବେ ଉତ୍ତୋଳନ କରିବାକୁ ସକ୍ଷମ ହୋଇଥାଏ । ଏହି ଅବସରରେ ଭିଭୋର ବରିଷ୍ଠ ଉପସଭାପତି ଆଲେକ୍ସ ଫେ୍‌ଗ୍‌ କହିଛନ୍ତି ଯେ ଭିଭୋ ସାମ୍ପ୍ରତିକ କ୍ୟାମେରା ଜ୍ଞାନକୌଶଳରେ ଏକ ନୂତନ କ୍ଷେତ୍ର ସୃଷ୍ଟି କରିବା ସହିତ କ୍ୟାମେରାର ଅଭିଜ୍ଞତାକୁ ବିଶେଷ ରୁଦ୍ଧିମନ୍ତ କରିବା ପ୍ରୟାସ ଜାରି ରଖିଛି । ଆମର ପ୍ରତିଶ୍ରୁତି ଅନୁସାରେ ଆମେ ଗ୍ରାହକଙ୍କ ପାଇଁ ସୁପର ଏଚ୍‌ଡିଆର୍‌ ନେଇ ଆସିଛୁ । ଆମ୍ଭେ ନିଶ୍ଚିତ ଯେ, ଏହି ଉତ୍ପାଦ ନୂତନ ବେଞ୍ଚମାର୍କ ସୃଷ୍ଟି କରିବାକୁ ସକ୍ଷମ ହେବ ତଥା ଗ୍ରାହକଙ୍କ ଦ୍ୱାରା ବିଶେଷ ଆଦୃତି ଲାଭ କରିବା ସହିତ ଫଟୋ ଉତ୍ତୋଳନ ଅଭିଜ୍ଞତାକୁ ରୁଦ୍ଧିମନ୍ତ କରାଇବ ।

ସମ୍ବନ୍ଧିତ ଖବର