ଭିଭୋ ପକ୍ଷରୁ ନୂଆ ଭି-୧୫  ସ୍ମାର୍ଟଫୋନର ବଜାର ପ୍ରବେଶ

ନୂଆଦିଲ୍ଲୀ :  ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଏହାର ଫ୍ଲାଗସିପ୍ ସ୍ମାର୍ଟଫୋନ୍  ନୂଆ  ଭି-୧୫ ସ୍ମାର୍ଟଫୋନର ବଜାର ପ୍ରବେଶ କରାଇଛି । ଏଥିରେ ଏହାଇ ଟ୍ରିପୁଲ୍ ପଛ କ୍ୟାମେରା ରହିଛି । ଏହା ସହିତ ୫୦୦୦ଏମଏଏଚ୍ ବ୍ୟାଟେରୀ ମଧ୍ୟ ରହିଛି । ଏଥିରେ ୧୬ ଏମ୍ ପି ସମ୍ମୁଖ କ୍ୟାମେରା ରହିଛି । ଏହାର ମୂଲ୍ୟ ୧୩,୯୯୦ ଟଙ୍କା ରହିଛି । ଏହି ନୂଆ ସ୍ମାର୍ଟଫୋନରେ ୧୩ ଏମପି, ୮ ଏମପି ତଥା ୨ ଏମପି ଏଆଇ ପଛ କ୍ୟାମେରା ରହିଛି । ଏହି ଫୋନ୍ ଯୁବବର୍ଗଙ୍କ ସେଲ୍ଫି ଅଭ୍ୟାସକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି । ଏହା  ସମସ୍ତ ଅଫ୍ ଲାଇନ୍ ଏବଂ ପ୍ରମୁଖ ଇ-କମର୍ସ ୱେସାଇଟରେ ଉପଲବ୍ଧ ହେଉଛି । ଏଥିରେ ୧୬.୧୫ ସେମି ହାଲେ ଫୁଲ୍ ଭିୟୁ ଡିସ୍ପ୍ଲେ ରହିଛି । ଏହାର ଆସପେକ୍ଟ ଅନୁପାତ ୮୯% ସ୍କ୍ରିନ୍ ବଡି  ରହିଛି । ଏଥିରେ  ହେଲୋ ପି-୨୨ ପ୍ରୋସେସର୍,୪ଜିବି ରାମ୍, ୬୪ଜିବି ରମ୍ ଆଦି ବୈଶିଷ୍ଟ୍ୟ ରହିଛି ।  ଅଫଲାଇନରେ ବଜାଜ ଫିନସର୍ଭ, ଆଇଡିଏଫସି ବ୍ୟାଙ୍କ, ଏଚଡିବିଏଫଏସ୍, ଏଚଡିଏଫସି ବ୍ୟାଙ୍କ, ହୋମ୍ କ୍ରେଡିଟ୍ ଏବଂ ପାଇନ୍ ଲାବ୍ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ବ୍ୟବହାର କରୁଥିବା ଗ୍ରାହକଙ୍କୁ ଜିରୋ ସୁଧହାରରେ ସର୍ବନିମ୍ନ ୧୧୬୬ ଏଏମ୍ଆଇରେ ଏହା ଉପଲବ୍ଧ ହେଉଛି ।  ରିଲାଏନ୍ସ ଜିଓ ପକ୍ଷରୁ ଏଥିରେ ୪,୦୦୦ଟଙ୍କା ମୂଲ୍ୟର ୩ ଟିବି ଡାଟା ସୁବିଧା ଉପଲବ୍ଧ ହେଉଛି ।

ସମ୍ବନ୍ଧିତ ଖବର