ପାର୍ବଣ ଅବସରରେ ଭିଭୋ ପକ୍ଷରୁ ଆକର୍ଷଣୀୟ ଅଫର ଘୋଷଣା

ନୂଆଦିଲ୍ଲୀ : ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଭିଭୋ ପକ୍ଷରୁ  ଚଳିତ ପାର୍ବଣ ଅବସରରେ ଅନ୍‌ ଲାଇନ୍‌ ଶପିଂରେ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଅଗ୍ରଣୀ ଅନ୍‌ ଲାଇନ୍‌ ପ୍ଳାଟଫର୍ମ ଆମାଜନ ଏବଂ ଫ୍ଲିପ୍‌କାର୍ଟରେ ଉପଲବ୍ଧ ହେଉଛି। ଏହା ଆମାଜନ ଗ୍ରେଟ୍‌ ଇଣ୍ଡଠିଆନ୍‌ ସେଲ ଏବଂ ଫ୍ଲିପକାର୍ଟ ବିଗ୍‌ ବିଲିୟନ୍‌ ଡେରେ ସାମିଲ୍‌ ହୋଇଛି। ଆମାଜନ ଗ୍ରେଟ୍‌ ଇଣ୍ଡିଆନ୍‌ ସେଲ ଅକ୍ଟୋବର ୧୦ ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଉପଲବ୍ଧ ହେଉଥିବାବେଳେ ଫ୍ଲିପକାର୍ଟ ବିଗ୍‌ ବିଲିୟନ୍‌ ଡେ ଅକ୍ଟୋବର ୧୧ ତାରିଖରୁ ଅକ୍ଟୋବର ୧୪ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଏହି ଅବସରରେ ଭିଭୋ ପକ୍ଷରୁ ଆକର୍ଷଣୀୟ ଅଫର, ନୋ କଷ୍ଟ ଇଏମ୍‌ଆଇ, କ୍ୟାସବ୍ୟାକ୍‌ ସୁବିଧା ଉପଲବ୍ଧ ହେବ।  ଆମାଜନ ଗ୍ରେଟ୍‌ ଇଣ୍ଡିଆନ୍‌ ସେଲରେ ଭିଭୋ ଭି-୯ ପ୍ରୋ ୧୭,୯୯୦ ଟଙ୍କାରେ ଉପଲବ୍ଧ ହେଉଛି । ଏଥିରେ ୬.୩ ଇଞ୍ଚ ଏଫଏଚଡି ପ୍ଲସ୍‌ ସ୍କ୍ରିନ୍‌, ୧୯:୯ ରେସିଓ, କ୍ୱାଲକମ୍‌ ସ୍ନାପ୍‌ ଡ୍ରାଗନ ୬୬୦ ଏଆଇଇ ପ୍ରୋସେସର ଏବଂ ୬ ଜିବି ରାମ୍‌ ରହିଛି। ଏହି ୫ ଦିନଆ ସେଲ୍‌ରେ ଏସବିଆଇ ଡେବିଟ୍‌/କ୍ରେଡିଟ୍‌ କାର୍ଡ ବ୍ୟବହାରକାରୀଙ୍କୁ  ୧୦ ପ୍ରତିଶତ କ୍ୟାସବ୍ୟାକ୍‌ ସୁବିଧା, ଏକ୍ସଚେ ଅଫର ଯୋଗାଇ ଦିଆଯିବ। ଏଠାରେ ଭି-୧୧ ପ୍ରୋ ଉପଲବ୍ଧ ହେବ। ଏହାର ୱାଇ-୮୩ର ମୂଲ୍ୟ ୧୩,୯୯୦ ଟଙ୍କାରେ ଗ୍ରାହକଙ୍କୁ ଯୋଗାଇ ଦିଆଯିବ। ଏହା ଦ୍ୱାରା ଗ୍ରାହକ ୪,୦୦୦ ଟଙ୍କାର ସଂଚୟ କରିପାରିବେ। ସେହିପରି ନେକ୍ସର ମୂଲ୍ୟ ୪୪,୯୯୦ ଟଙ୍କା ଥିବାବେଳେ ଗ୍ରାହକ ୪,୦୦୦ ଟଙ୍କାର ରିହାତି ପାଇପାରିବେ। ଫ୍ଲିପକାର୍ଟ ବିଗ୍‌ ବିଲିୟନ୍‌ ଡେରେ  ଭି-୯ ର ମୂଲ୍ୟ ପ୍ରିପେଡ଼୍‌ ପାଇଁ ୧୪,୯୯୦ ଟଙ୍କା ଥିବାବେଳେ ଅନ୍ୟ ଗ୍ରାହକଙ୍କ ପାଇଁ ୧୫,୯୯୦ଟଙ୍କା ରହିଛି। ଏହାର ଏକ୍ସ-୨୧ ଏହି ଅବସରରେ ଉପଲବ୍ଧ ହେବ। ଡେବିଟ୍‌/କ୍ରେଡିଟ୍‌ କାର୍ଡ ବ୍ୟବହାରକାରୀଙ୍କୁ ୧,୦୦୦ ଟଙ୍କାର ଅତିରିକ୍ତ ରିହାତି ଉପଲବ୍ଧ ହେବ। ଭି-୧୧ ଉପରେ ୨,୦୦୦ ଟଙ୍କାର ରିହାତି ଉପଲବ୍ଧ ହେବା ସହିତ ଏହାର ମୂଲ୍ୟ ୨୦,୯୯୦ ଟଙ୍କା ରହିଛି। ଏକ୍ସଚେଞ୍‌ଜ ଅଫରରେ ଗ୍ରାହକ ୩,୦୦୦ ଟଙ୍କା ରିହାତି ପାଇପାରିବେ। ଭି-୯ ୟୁଥ୍‌ ୧୬,୯୯୦ ଟଙ୍କା ପରିବର୍ତ୍ତେ ୧୩,୯୯୦ ଟଙ୍କାରେ ଉପଲବ୍ଧ ହେବ। ଏକ୍ସଚେଞ୍ଜ ଅଫରରେ ଗ୍ରାହକଙ୍କୁ ୨,୦୦୦ ଟଙ୍କାର ରିହାତି ମଳିବ। ଭି-୧୧ ପ୍ରୋର ମୂଲ୍ୟ ୨୫,୯୯୦ ଟଙ୍କା ଏବଂ ୱାଇ-୮୧ର ମୂଲ୍ୟ ୧୧,୯୯୦ ଟଙ୍କା ରହିଛି ।

ସମ୍ବନ୍ଧିତ ଖବର