ଭୋଡାଫୋନ୍‌ ୩୯୯ ପ୍ଲାନ୍‌: ୬ମାସ ପର୍ଯ୍ୟନ୍ତ ୯୦ଜିବି ଡାଟା

ନୂଆଦିଲ୍ଲୀ: ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଭୋଡାଫୋନ ଜବରଦସ୍ତ ଅଫର ନେଇ ଆସିଛି। ଏହି ଅଫର ଭୋଡାଫୋନ୍‌ ଜିଓକୁ ଟକ୍କର ଦେବା ପାଇଁ ୩୯୯ଟଙ୍କାର ନୂତନ ପ୍ଲାନ୍‌ ଲଞ୍ଚ କରିଛି ବୋଲି ଚର୍ଚ୍ଚା ଚାଲିଛି। ଏହି ପ୍ଲାନ୍‌ରେ ୬ମାସ ପାଇଁ ଭୋଡାଫୋନ୍‌ର ୪ଜି ନେଟଓ୍ଵାର୍କରେ ୯୦ଜିବି ଡାଟା ଗ୍ରାହକଙ୍କୁ ପ୍ରଦାନ କରାଯିବ ବୋଲି ଶୁଣିବାକୁ ମିଳୁଛି।

ରିଲାଏନ୍ସ ଜିଓ ପରେ ପରେ ଏୟାରଟେଲ ୩୯୯ଟଙ୍କାର ପ୍ଲାନ୍‌ ଲଞ୍ଚ କରିସାରିଛନ୍ତି। ତେବେ ଜିଓ ବ୍ୟବହାରକାରୀ ୩୯୯ ଟଙ୍କା ପ୍ଲାନ୍‌ରେ ପ୍ରତିଦିନ ୧ଜିବି ଡାଟାର ଲାଭ ଉଠାଉଥିଲେ। ଏହାର ବୈଧତା ପୁଣି କେବଳ ତିନିମାସ ପର୍ଯ୍ୟନ୍ତ ରହିଛି। ତେବେ ଭୋଡାଫୋନ୍‌ ୩୯୯ଟଙ୍କାରେ ୬ମାସ ପର୍ଯ୍ୟନ୍ତ ବୈଧତା ସହ ୯୦ଜିବି ଡାଟା ଗ୍ରାହକଙ୍କୁ ପ୍ରଦାନ କରିବାକୁ ଯାଉଛି।

ଏୟାରଟେଲ ଏହି ଜବରଦସ୍ତ ଅଫରରେ ବ୍ୟବହାରକାରୀ ୬ମାସ ପର୍ଯ୍ୟନ୍ତ ଅସୀମିତ ଭଏସ୍‌ କଲର ଲାଭ ବି ବ୍ୟବହାରକାରୀ ଉଠାଇ ପାରିବେ। ଏହି ପ୍ଲାନ୍‌ କେବଳ ଭୋଡାଫୋନ୍‌ ପ୍ରିପେଡ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ରହିଛି। ଭୋଡାଫୋନ୍‌ ଗ୍ରାହକଙ୍କୁ ଦୀପାବଳି ଉପହାର ବାବଦରେ ଏହି ଅଫର ପ୍ରଦାନ କରୁଛି ବୋଲି କହିଛି।

ଅନ୍ୟପକ୍ଷରେ ଏହି ଭୋଡାଫୋନ୍‌ର ଏହତ ପ୍ଲାନ୍‌ରେ ଏଯାବତ୍‌ ନଶ୍ଚିତ କରାଯାଇ ନାହିଁ, କି ଏହା ସୀମିତ କି ଅସୀମିତ ସମୟ ପର୍ଯ୍ୟନ୍ତ ଉପଲବ୍ଧ ହେବ?

(bhaskar)

ସମ୍ବନ୍ଧିତ ଖବର