ଯୁବବର୍ଗଙ୍କ ପାଇଁ ଭୋଡ଼ାଫୋନ ଘୋଷଣା କଲା ଆମାଜନ ପ୍ରାଇମ ଅଫର

ନୂଆଦିଲ୍ଲୀ : ଭୋଡ଼ାଫୋନ ଇଣ୍ଡିଆ ଓ ଆମାଜନ ’ୟୁଥ ଅଫର ଅନ ଆମାଜନ ପ୍ରାଇମ’ ଅଫର ଘୋଷଣା କରିଛି । ଏହି ଯୋଜନାରେ ୧୮ ରୁ ୨୪ ବର୍ଷ ବୟସ ମଧ୍ୟରେ ଥିବା ପ୍ରିପେଡ଼ ଗ୍ରାହକଙ୍କୁ ଆମାଜନ ପ୍ରାଇମ ବାର୍ଷିକ ସଦସ୍ୟତାରେ ୫୦% ରିହାତି ମିଳିବ । ଫଳରେ ଭୋଡ଼ାଫୋନାର ଯୁବ ଗ୍ରାହକ ଏଣିକି ସମସ୍ତ ପ୍ରାଇମ ସୁବିଧା ୪୯୯ ଟଙ୍କାରେ ଉପଭୋଗ କରିପାରିବେ । ଆମାଜନ ପ୍ରାଇମ ସଦସ୍ୟଙ୍କୁ ବିନା ମୂଲ୍ୟରେ ଓ ଶୀଘ୍ର ଭାବେ ଅସୀମିତ ଭାରତୀୟ ଓ ବିଦେଶୀ ଭିଡ଼ିଓ ବିଜ୍ଞାପନମୁକ୍ତ ସଂଗୀତ ଏକାଧିକ ଭାଷାରେ ଯୋଗାଇ ଦେଇଥାଏ । ଜୁଲାଇ ୧୬ ତାରିଖ ପୂର୍ବରୁ ଯେଉଁ ଗ୍ରାହକ ଏହି ଅଫର ଗ୍ରହଣ କରିବେ ସେମାନେ ପ୍ରାଇମ ଡ଼େ ( ଜୁଲାଇ ୧୬ ମଧ୍ୟାହ୍ନରୁ ଜୁଲାଇ ୧୭ ମଧ୍ୟରାତ୍ରି)ରେ ଅଂଶଗ୍ରହଣ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ । ୩୬ ଘଣ୍ଟା ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଗ୍ରାହକ ସ୍ୱତନ୍ତ୍ର ମନୋରଂଜନଧର୍ମୀ କାର୍ଯ୍ୟକ୍ରମ ପାଇପାରିବେ । ଆମାଜନ ଇଣ୍ଡିଆ ପ୍ରାଇମ ମୁଖ୍ୟ ତଥା ନିର୍ଦ୍ଦେଶକ ଅକ୍ଷୟ ଶାହୀ କହିଛନ୍ତି ଯେ, ଭୋଡ଼ାଫୋନ ସହଯୋଗରେ ଆମାଜନ ପ୍ରାଇମକୁ ଅଧିକରୁ ଅଧିକ ଗ୍ରାହକଙ୍କ ନିକଟରେ ପହଞ୍ଚାଇବା ଆମର ଲକ୍ଷ୍ୟ । ଏଥିପାଇଁ ଯୁବବର୍ଗଙ୍କ ନିମନ୍ତେ ସଦସ୍ୟତାରେ ୫୦% ରିହାତି ପ୍ରଦାନ କରାଯାଇଛି । ଯେଉଁମାନେ ବାର୍ଷିକ ସଦସ୍ୟତା ପାଇଁ ଆଗ୍ରହୀ ସେମାନେ ମାଇଁ ଭୋଡ଼ାଫୋନ ଆପ୍‌ରେ ୪୯୯ ଟଙ୍କା ଦାଖଲ କରି ସଦସ୍ୟ ହୋଇପାରିବେ । ଏହାପରେ ସେମାନେ ନିଜ ସଦସ୍ୟତା ସକ୍ରିୟ କରିପାରିବେ ।

ସମ୍ବନ୍ଧିତ ଖବର